ଲାଞ୍ଜିଗଡ଼ ବିଧାୟକଙ୍କୁ ଲୋକେ ଗାଁ ଭିତରେ ପୂରାଇ ଦେଲେନି

ଭାବନୀପାଟଣା : ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କ ଗାଡ଼ିକୁ ଗ୍ରାମବାସୀମାନେ ଗାଁ ଭିତରକୁ ଛାଡ଼ିଲେନି। ପାର୍କ ଓ ହଷ୍ଟେଲର ଉଦଘାଟନ କରିବାକୁ ଯାଇ ବିଧାୟକ ଏପରି ହଟହଟାର ସମ୍ମୁଖୀନ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ନିୟମଗିରି ପାଦଦେଶରେ ଥିବା ତ୍ରିଲୋଚପୁରର ଗାଁ ରାସ୍ତା ମରାମତି ନହେବାରୁ ଯାତାୟାତରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳବାସୀ ପ୍ରଶାସନଠାରୁ ଆରମ୍ଭ କରି ବିଧାୟକ ଓ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳିନି। ଏହି ରାସ୍ତାରେ ଲକ୍ଷ୍ମୀ ବସ୍ ଚଳାଚଳ କରୁଥିଲା। ରାସ୍ତା ଖରାପ ଯୋଗୁ ବସ ବନ୍ଦ ହୋଇଯାଇଛି। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ତ୍ରିଲୋଚପୁରରେ ନିର୍ମିତ ହଷ୍ଟେଲ ଓ ପାର୍କର ଉଦଘାଟନ କରିବାକୁ ଯାଇଥିଲେ। ହେଲେ ଗ୍ରାମର ଲୋକେ ତାଙ୍କୁ ଗାଁ ଭିତରକୁ ପୂରାଇ ଦେଲେ ନାହିଁ। ରାସ୍ତା ଅବରୋଧ କରିବା ସହ ଦାବି କରିଥିଲେ ରାସ୍ତା ମରାମତି କରାଯାଉ ତା’ପରେ ପାର୍କର ଉଦଘାଟନ ହେବ। ଲୋକଙ୍କୁ ବୁଝାଇବାକୁ ଚେଷ୍ଟାକରି ବିଧାୟକ ବିଫଳ ହେବାପରେ ବିଧାୟକ ଗାଁ ମୁଣ୍ଡରୁ ଫେରି ଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button