ଗାଜା ହସ୍ପିଟାଲ୍‌ ନିକଟରୁ ପଣବନ୍ଦୀ ମହିଳାଙ୍କ ମୃତଦେହ ଉଦ୍ଧାର

ଗାଜା : ହମାସ୍‌ ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବା ଜଣେ ମହିଳାଙ୍କ ଶବ ଗାଜାର ଅଲ୍‌-ଶିଫା ଡାକ୍ତରଖାନା ନିକଟରୁ ମିଳିଥିବା ଇସ୍ରାଏଲ୍‌ କହିଛି। ଅକ୍ଟୋବର ୭ ତାରିଖ ଆକ୍ରମଣ ସମୟରେ ଏହି ମହିଳାଙ୍କୁ ଅପହରଣ କରି ନିଆଯାଇଥିଲା।

ଖବର ଅନୁଯାୟୀ ଇସ୍ରାଏଲ୍‌ ସେନା କହିଛି ୟେହୁଦିତ୍‌ ୱେଇସ୍‌ ନାମକ ଏହି ମହିଳାଙ୍କୁ ପଣବନ୍ଦୀ ଥିବା ପଣବନ୍ଦୀ ରଖିଥିଲେ। ଶିଫା ହସ୍ପିଟାଲ୍‌ ସଂଲଗ୍ନ ଗୋଟାଏ ଘରୁ ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସ ତାଙ୍କ ମୃତଦେହ ଉଦ୍ଧାର କରିଛି। ସେହିପରି ଏକ୍ସ ପୋଷ୍ଟ୍‌ରେ ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସ କହିଛି ୫ଜଣ ପିଲାର ମାଆ ୱେଇସ୍‌ କିଣ୍ଡର୍‌ଗାର୍ଟେନ୍‌ରେ ଚାକିରି କରୁଥିଲେ। ହମାସ୍‌ ଆତଙ୍କବାଦୀମାନେ ସ୍ଵାମୀ ସ୍ମୁଲିକ୍‌ ୱେଇସ୍‌ଙ୍କୁ ହତ୍ୟା କରି ତାଙ୍କୁ ଅପହରଣ କରି ନେଇଥିଲେ।

ସେହିପରି ଇସ୍ରାଏଲ ପ୍ରତିରକ୍ଷା ବାହିନୀରେ କାର୍ଯ୍ୟ କରୁଥିବା ମହିଳା ଯବାନ ନୋଆ ମାର୍ସିଆନୋଙ୍କୁ ହତ୍ୟା କରାଯାଇଛି। ଅକ୍ଟୋବର ୭ ତାରିଖରେ ତାଙ୍କୁ ହମାସ୍ ଅପହରଣ କରିନେଇଥିଲା। ତାଙ୍କ ମୃତଦେହ ଗାଜାର ଅଲ୍ ଶିଫା ହସପିଟାଲ୍ ନିକଟସ୍ଥ ଏକ କୋଠାରୁରୁ ଉଦ୍ଧାର କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button