ଟ୍ରକ୍ ମାଡିଯିବାରୁ ୩ ବସଯାତ୍ରୀ ମୃତ

ଅନୁଗୁଳ : ଟ୍ରକ୍ ମାଡ଼ିଯିବାରୁ ୩ଜଣ ବସ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣା କିଶୋରନଗର ଥାନା ଅନ୍ତର୍ଗତ ବରଗାପାଲିରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ପ୍ରାଚୀ ନାମକ ଘରୋଇ ବସ୍‌ ସୁନ୍ଦରଗଡ଼ରୁ ଭୁବନେଶ୍ୱର ଆସୁଥିଲା। ବରଗାପାଲିଠାରେ ବସ୍‌ର ଚକା ପଙ୍କଚର ହୋଇଯିବାରୁ ଯାତ୍ରୀମାନେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ। ଏହି ସମୟରେ କିଛି ଯାତ୍ରୀ ଶୌଚ ପାଇଁ ରାସ୍ତାପାର ହେଉଥିବା ବେଳେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ୪ ଜଣ ଯାତ୍ରୀଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ଆହତ ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Leave a Reply

Your email address will not be published. Required fields are marked *

Back to top button