ଓଡ଼ିଆ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ : ତ୍ରିପୁରାରେ ସୀମାରେ ଓଡ଼ିଆ ବିଏସ୍‌ଏଫ୍ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କ ନାଁ ଈଶ୍ୱର ଦୋରା। ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗାଁରେ ବୋଲି ଜଣାପଡିଛି।

ଖବର ଅନୁଯାୟୀ ଈଶ୍ୱର ବାଂଲାଦେଶକୁ ଲାଗିଥିବା ଲଙ୍କାମୁରା ବିଏସଏଫ ଆଉଟପୋଷ୍ଟରେ ମୁତୟନ ହୋଇଥିଲେ। ଗତକାଲି ରାତିରେ ସେ ଡ୍ୟୁଟିକୁ ଯାଇଥିଲେ। କିନ୍ତୁ ଆଜି ସକାଳେ ତାଙ୍କ ମୃତଦେହ ପୋଲ ତଳୁ ଉଦ୍ଧାର ହୋଇଛି। ମୃତ ଦେହରେ କୌଣସି ଦାଗ ନ ଥିବା ପାଖରେ ତାଙ୍କ ରାଇଫଲ ପଡ଼ିଥିଲା। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି। ଘଟଣାର ତଦନ୍ତ କରାଯାଉଛି। ତେବେ ସେ ନାଳରେ ଖସିପଡି ପ୍ରାଣ ହରାଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button