ସ୍ୱାମୀଙ୍କୁ ମାରିଦେଲେ ପତ୍ନୀ ଓ ପ୍ରେମିକ

ରାୟଗଡା : ପରକୀୟ ପ୍ରୀତି ପାଇଁ ଜୀବନ ଗଲା। ସ୍ଵାମୀକୁ ରାସ୍ତାରୁ ହଟାଇଦେଲେ ପତ୍ନୀ ଓ ପ୍ରେମିକ। ଏହି ଘଟଣା ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଘଟିଛି।

ଖବର ଅନୁଯାୟୀ ଗୁଣୁପୁର ଭୀମପୁର ଗାଁର ବିନୟ ପାଲ ରାୟଗଡାର ସାଇପ୍ରିୟା ନଗରରେ ଢାବାରେ କାମ କରୁଥିଲେ। ତୁମ୍ବିଗୁଡା ଭଡାଘରେ ରହୁଥିଲେ। ଏହି ସମୟରେ ବିନୟ ସୁନେତି ପାଲଙ୍କ ପ୍ରେମରେ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ଉଭୟ ବିବାହ କରିବାରୁ ସୁନେତି ସ୍ୱାମୀଙ୍କ ସହ ରାୟଗଡ଼ା ପଳାଇ ଆସିଥିଲେ। ଗୋଟିଏ ଛୁଆର ହୋଇଥିଲେ ବାପା-ମାଆ। ଏହା ମଧ୍ୟରେ ସୋଶାଲ୍‌ ମିଡ଼ିଆ ଇନ୍‌ଷ୍ଟାଗ୍ରାମରେ ସୁନେତିଙ୍କ ସହିତ ଜି.କାର୍ତ୍ତିକଙ୍କର ପରିଚୟ ହୋଇଥିଲା। ଦୁହେଁ ଚାଟିଂ କରିବା ଭିତରେ ସମ୍ପର୍କ ବଢି ଯାଇଥିଲା। ଜି.କାର୍ତ୍ତିକ। ବାହା ହେବାକୁ ପ୍ରସ୍ତାବ ଦେବାରୁ ସୁନେତି ରାଜି ହୋଇଯାଇଥିଲା। ହେଲେ ପ୍ରେମର ପ୍ରତିବନ୍ଧକ ଥିଲେ ବିନୟ। ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଦୁହେଁ ଯୋଜନା ପ୍ରସ୍ତୁତ କରିଥିଲେ।

ଗତ ୧୬ ତାରିଖ ରାତିରେ ବିନୟ ଢାବାରୁ କାମ ସାରି ଏକା ଫେରୁଥିବା ବେଳେ ଜି.କାର୍ତ୍ତିକ ତାଙ୍କ ମୁଣ୍ଡକୁ ଲୁହା ରଡ୍‌ରେ ପିଟି ଦେଇଥିଲେ। ଏ ସମ୍ପର୍କରେ ପ୍ରେମିକା ସୁନେତିଙ୍କୁ ଦେଇଥିଲେ ସୂଚନା। ରାତି ପ୍ରାୟ ୩ଟା ବେଳେ କାର୍ତ୍ତିକ ଚାନ୍ଦିଲି ଥାନାକୁ ଫୋନ୍‌ କରି କହିଥିଲେ ସାଇପ୍ରିୟା ନଗର ନବମ ନମ୍ୱର ଲାଇନ୍‌ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକ ପଡ଼ିଛନ୍ତି। ଖବର ପାଇ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବିନୟଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା। ଜି.କାର୍ତ୍ତିକଙ୍କୁ ସନ୍ଧେହ କରି ଜେରା କରିବାରୁ ସତ ପଦାକୁ ଆସିଥିଲା। ପରେ ପୋଲିସ୍‌ ଜି.କାର୍ତ୍ତିକ ଓ ପ୍ରେମିକା ସୁନେତି ପାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *

Back to top button