ବିଶ୍ଵକପ-୨୦୨୩ : ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ଅହମଦାବାଦ : ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ବିଶ୍ଵକପ-୨୦୨୩ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬ ୱିକେଟରେ ହରାଇଛି।

ଖବର ଅନୁଯାୟୀ ରବିବାର ବିଶ୍ଵକପ ଫାଇନାଲ ମ୍ୟାଚରେ ଭାରତକୁ ପରାଜିତ କରି ଅଷ୍ଟ୍ରେଲିଆ ୬ଷ୍ଠ ଥର ପାଇଁ ବିଶ୍ଵକପ ହାସଲ କରିଛି। ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଇଥିଲା। ଖେଳ ଆରମ୍ଭରୁ ଭାରତୀୟ ବୋଲରମାନେ ୩ଟି ୱିକେଟ ହାସଲ କରିଥିଲେ। କିନ୍ତୁ ଟ୍ରାଭିସ୍ ହେଡ୍ ଓ ମାର୍ନସ ଲାବୁସଚେନ ଲଢୁଆ ବ୍ୟାଟିଂ କରି ଭାରତୀୟ ଟିମର ବୋଲରମାନଙ୍କୁ ନିରାଶ କରିଥିଲେ। ହେଡ୍ ୧୩୭ ଓ ଲାବୁସଚେନ ୫୭ ରନ କରି ଅଷ୍ଟ୍ରେଲିଆ ଟିମର ବିଜୟକୁ ସୁନିଶ୍ଚିତ କରିଥିଲେ।

ସୂଚନାଯୋଗ୍ୟ ୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫ ଓ ୨୦୨୩ରେ ଅଷ୍ଟ୍ରେଲିଆ ବିଶ୍ୱ ବିଜେତା ହୋଇ ନୂଆ ରେକର୍ଡ କରିଛି। ୨୦୧୫ ବିଶ୍ୱକପ ସେମି ଫାଇନାଲରେ ଭାରତକୁ ଅଷ୍ଟ୍ରେଲିଆ ସେମି ଫାଇନାଲରୁ ବିଦା କରିଥିଲା। ୨୦୨୩ ବିଶ୍ୱକପରେ ଅଷ୍ଟ୍ରେଲିଆ ଟିମ ଏହାର ବଦଲା ନେଇଛି।

Leave a Reply

Your email address will not be published. Required fields are marked *

Back to top button