Thu. Jun 27th, 2019
147 views

ମୋଦିଙ୍କ ବିଜୟ ପାଇଁ ଗୁଜୁରାଟରେ ମାଗଣାରେ ମିଳୁଛି ସିଏନଜି ଗ୍ୟାସ

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ମୋଦି ଲହରରେ ଭାରତୀୟ ଜନତା ପାର୍ଟି ଲଗାତାର ଦ୍ୱିତୀୟଥର ପାଇଁ ଐତିହାସିକ ବିଜୟ ହାସଲ କରିଛି । ମୋଦିଙ୍କ ଐତିହାସିକ ବିଜୟ ଦେଖି ପେଟ୍ରୋଲ ପମ୍ପ ମାଲିକ ଏତେ ଖୁସି ହୋଇଗଲେ ଯେ ସେ ଅଟୋବାଲାଙ୍କୁ ଫ୍ରିରେ ସେଏନଜି ଗ୍ୟାସ ଦେଉଛନ୍ତି । ଗୁଜୁରାଟ ରାଜକୋଟର ଗୋପାଲ ଚୁତସମାଙ୍କ ଏକ ପେଟ୍ରୋଲ ପମ୍ପ ଅଛି । ମୋଦିଙ୍କ ବିଜୟରେ ଖୁସି ହୋଇ ସେ ଅଟୋବାଲାଙ୍କୁ ଫ୍ରିରେ ଗ୍ୟାସ ଦେଉଛନ୍ତି । ଏବେ ପର୍ଯ୍ୟନ୍ତ ୧୦୦ ଜଣ ଅଟୋବାଲାଙ୍କୁ ଗ୍ୟାସ ଦିଆ ସରିଛି । ଆହୁରି ୨୦୦ରୁ ଅଧିକ ଅଟୋବାଲା ଏହି ଖବର ଶୁଣି ଗ୍ୟାସ ଭରିବା ପାଇଁ ଲାଇନରେ ଛିଡା ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗୁଜୁରାଟର ସମସ୍ତ ୨୬ ଆସନ ବିଜେପି ଅକ୍ତିଆର କରିଛି । ୨୦୧୪ ଭଳି ଏଥର ମଧ୍ୟ ବିଜେପି ଗୁଜୁରାଟରେ ବହୁତ ଭଲ ପ୍ରଦର୍ଶନ କରିଛି ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *