ଘଟି ତଳକୁ ଖସିଲା ପିସିଆର ଭ୍ୟାନ : ୪ ଆହତ

ରାଉରକେଲା : ପାଟ୍ରୋଲିଂ ସମୟରେ ଘାଟି ତଳକୁ ଖସିଲା ପିସିଆର ଭ୍ୟାନ। ଏହି ଦୁର୍ଘଟଣାରେ ଚାରି ପୋଲିସ କର୍ମୀ ଆହତ ହୋଇଛନ୍ତି। ଚାଳକଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ସେକ୍ଟର ୧୯ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ସୋମବାର ଭୋର ସମୟରେ ପାଟ୍ରୋଲିଂ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଷ୍ଟିୟରିଂ ଜାମ ହୋଇଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଟେନ୍ସା ଘାଟିରେ ପାହାଡ ତଳକୁ ଖସିପଡିଥିଲା। ଏହି ଗାଡିରେ ଚାରିଜଣ ପୁଲିସ କର୍ମଚାରୀ ଥିଲେ। ସେମାନେ ହେଲେ ଓଆଇସି ଟେନସା ଆଉଟପୋଷ୍ଟ ସବଇନ୍ସପେକ୍ଟର ରାମଚନ୍ଦ୍ର ମାହାତୋ, କନେଷ୍ଟବଳ ଜିତେନ୍ଦ୍ର ରାଉତରାୟ, ହୋମଗାର୍ଡ ସୁଦର୍ଶନ ଦେହୁରୀ ଓ ଡ୍ରାଇଭର ନୀଳମଣି ପ୍ରଧାନl ନୀଳମଣିଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟ ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button