୨୨ରେ ଘରୋଇ ବସ୍ ମାଲିକ ସଂଘ ବିଧାନସଭା ଆଗରେ ପ୍ରତିବାଦ କରିବ

ଭୁବନେଶ୍ଵର : ଆସନ୍ତା ୨୨ ତାରିଖ ଦିନ ବିଧାନସଭା ଆଗରେ ଘରୋଇ ବସ୍ ମାଲିକ ସଂଘ ପ୍ରତିବାଦ କରିବ। କଟକରେ ଅନୁଷ୍ଠିତ ସଂଘର ବୈଠକରେ ନିଷ୍ପତ୍ତି ହୋଇଛି ୧୦୦ ଜଣ ବସ୍ ମାଲିକ ପ୍ରତିବାଦରେ ସାମିଲ୍ ହେବେ।

ସୂଚନାଯୋଗ୍ୟ ପୂର୍ବରୁ କଳାହାଣ୍ଡି ଭବାନୀପାଟଣାରେ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା। ଏଥିରେ ଲକ୍ଷ୍ମୀ ବସ୍‌ ଚଳାଚଳ କ୍ଷେତ୍ରରେ ଘରୋଇ ପରିବହନ ପ୍ରତି ବୈମାତୃକଭାବ ପୋଷଣ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ଯାଇଥିଲା। ଅଭିଯୋଗ କରାଯାଇଛି ମୋ ବସ ଚଳାଚଳ କ୍ଷେତ୍ରରେ କୌଣସି ନୀତି ନିୟମ କାର୍ଯ୍ୟକାରୀ ହେଉନାହିଁ। କେବଳ ସହରାଞ୍ଚଳରେ ଚାଲିବାକୁ ଥିବାରୁ ତାହା ଅନ୍ୟାନ୍ୟ ରୁଟ୍‌ରେ ଚଳାଚଳ କରିବାରୁ ଘରୋଇ ସଂସ୍ଥା ଗୁଡିକ ଅନେକ କ୍ଷତି ସହୁଛନ୍ତି। ତେଣୁ ସଂଘର ବିଭିନ୍ନ ଦାବି ନେଇ ୨୨ ତାରିଖରେ ରାଜଧାନୀରେ ବିଶାଳ ସମାବେଶ କରାଯିବା ସହିତ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। କୌଣସି ରାଜନୈତିକ ଦଳକୁ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଘରୋଇ ବସ ଯୋଗାଇ ଦିଆଯିବ ନାହିଁ।

Leave a Reply

Your email address will not be published. Required fields are marked *

Back to top button