ପୁରୀକୁ ବାରଣ କରିବା ସମ୍ବିଧାନ ବିରୋଧୀ : ପ୍ରସାଦ ହରିଚନ୍ଦନ

ଭୁବନେଶ୍ଵର : ପୁରୀ ଯିବାକୁ ବାରଣ କରି ରାଜ୍ୟ ସରକାର ନିଜକୁ ସମ୍ବିଧାନ ଓ ଆଇନ ବିରୋଧୀ ବୋଲି ପ୍ରମାଣିତ କରିଛନ୍ତି। ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ।

ଖବର ଅନୁଯାୟୀ ପ୍ରସାଦ କହିଛନ୍ତି ରାଜ୍ୟ ସରକାରଙ୍କ ଜିଦି ନବାନ ହୁସେନ ଶାହଙ୍କ ଜିଦିକୁ ବଳିଗଲା। କେହି ଦାଣ୍ଡରେ ହରିନାମ ନେଇ ପାରିବେନି ବୋଲି ନବାନ ହୁସେନ କହିଥିଲେ। ଏବେ ରାଜ୍ୟ ସରକାର ତାଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ସେ କହିଲେ କାର୍ତ୍ତିକ ମାସରେ ପୁରୀକୁ ଦେଶର ବିଭିନ୍ନ ପ୍ରାନ୍ତ ଓ ବିଦେଶରୁ ଲୋକ ଜଗନ୍ନାଥ ଦର୍ଶନ ପାଇଁ ଆସନ୍ତି। ଠାକୁରଙ୍କ ଦର୍ଶନ କରିବା ଆମର ଧାର୍ମିକ, ସାମ୍ବିଧାନିକ ସ୍ୱୀକୃତିପ୍ରାପ୍ତ ଅଧିକାର। ଏହା ଉପରେ କଟକଣା ଲାଗୁ କରିବା ଆଇନ ବିରୋଧୀ। ଏକଚାଟିଆ ଭାବେ ସରକାର ଯେଉଁ କଟକଣା ଜାରି କରିଛନ୍ତି ତାହାଦ୍ୱାରା ଭକ୍ତ ଓ ଭଗବାନ ମଧ୍ୟରେ ପାଚେରି ଛିଡ଼ା କରିଛନ୍ତି। ଏହା ଆଇନର ବିରୁଦ୍ଧାଚରଣ ଓ ଆମ ସାମ୍ବିଧାନିକ ଅଧିକାରର ଉଲ୍ଲଘଂନ।

ସୂଚନାଯୋଗ୍ୟ ଗତକାଲି ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ଭକ୍ତଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସକାଳୁ ଆସିଥିବା ଭକ୍ତ ଦିନ ୧୦ଟା ଯାଏ ଧାଡ଼ିରେ ଛିଡ଼ା ହୋଇଥିଲେ। କିଛି ଲୋକ ଅସୁସ୍ଥ ହୋଇପଡ଼ିବା ଦେଖାଯାଇଥିଲା। ଜଣେ ବୃଦ୍ଧା ତାଙ୍କୁ ଧାଡ଼ିରୁ ଉଦ୍ଧାର କରିବାକୁ କାନ୍ଦି କାନ୍ଦି ଗୁହାରି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ବୟସାଧିକ ଓ ରୋଗାକ୍ରାନ୍ତ ଲୋକେ ଏବେ ପୁରୀ ନଆସିବାକୁ ଅନୁରୋଧ କରିଥିଲେ। କହିଥିଲେ ଯେଉଁଠି ଥାଇ ଡାକିଲେ ଭଗବାନ ସେମାନଙ୍କ କଥା ଶୁଣିବେ।

Leave a Reply

Your email address will not be published. Required fields are marked *

Back to top button