ରସଗୋଲାକୁ ନେଇ ସଂଘର୍ଷ : ୬ ଆହତ

ଆଗ୍ରା : ବିବାହ ଭୋଜିରେ ରସଗୋଲା ଖାଇବାକୁ ନେଇ ବିବାଦ। ବର ଓ କନ୍ୟା ପକ୍ଷ ମଧ୍ୟରେ ସଂଘର୍ଷ ଘଟିବାରୁ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି।

ଖବର ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଆଗ୍ରାର ସମଶାବାଦ ଥାନା ଅଞ୍ଚଳରେ ଚାଲିଥିଲା ବିବାହ କାର୍ଯ୍ୟକ୍ରମ। ଭୋଜି ଚାଲିଥିବାବେଳେ ବରପକ୍ଷର ଜଣେ ବ୍ୟକ୍ତି ରସଗୋଲା ଆଉ ନାହିଁ କହି କଟାକ୍ଷ କରିଥିଲେ। ଏହାକୁ କନ୍ୟାପକ୍ଷର କିଛି ଲୋକ ବିରୋଧ କରିବାରୁ ଦେଖାଦେଇଥିଲା ବିବାଦ। ତାପରେ ହାତାହାତି ହୋଇଥିଲେ। ଯାହା ପରେ ସଙ୍ଘର୍ଷର ରୂପ ନେଇଥିଲା। ବର ଓ କନ୍ୟାପକ୍ଷର ଲୋକଙ୍କ ଏହି ସଙ୍ଘର୍ଷରେ ଭଗବାନ୍ ଦେବୀ, ଯୋଗେଶ, ମନୋଜ, କୈଳାସ, ଧର୍ମେନ୍ଦ୍ର ଓ ପୱନ ନାମକ ବ୍ୟକ୍ତି ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button