ଭିଜିଲାନ୍ସ ଜାଲରେ ଏସ୍‌ଆଇ

ବୌଦ୍ଧ : ଭିଜିଲାନ୍ସ ଜାଲରେ ବାଉଁଶୁଣି ଥାନା ଏସ୍‌ଆଇ ବିକ୍ରମ କିଶୋର ଦେହୁରୀ।୧୫ ହଜାର ଟଙ୍କା ଲାଞ୍ଚ ନେଇ ସେ ଧରାପଡିଛନ୍ତି।

ଖବର ଅନୁଯାୟୀ ବବଡ଼ା ଗ୍ରାମର କରୁଣାକର ନାଏକ ଏକ ମାମଲାରେ ଜେଲ ଯାଇଥିଲେ। ତାଙ୍କ ବାଇକ ମଧ୍ୟ ଜବତ ହୋଇଥିଲା। କରୁଣାକର ଜାମିନରେ ଆସିବା ପରେ କୋର୍ଟରେ ମାମଲା କରି ବାଇକ ମୁକୁଳାଇବା ଅନୁମତି ପାଇଥିଲେ। ହେଲେ ଏଥିପାଇଁ ଟଙ୍କା ଦାବି କରିଥିଲେ ଏସ୍‌ଆଇ। ମୁଲଚାଲ ପରେ ୧୫ ହଜାର ଟଙ୍କା ଫୋନ ପେ’ ମାଧ୍ୟମରେ ଟଙ୍କା ଦେବାକୁ କହିଥିଲେ ଶ୍ରୀ ଦେହୁରୀ। ହେଲେ କରୁଣାକର ସମସ୍ତ କଥା ଭିଜିଲାନ୍ସକୁ ଜଣାଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଟଙ୍କା ପଠାଇବା ପରେ ଭିଜିଲାନ୍ସ ଏସ୍‌ଆଇଙ୍କୁ ଧରିଥିଲା। ଏହାପରେ ତାଙ୍କ ସରକାରୀ ଅଫିସ ଓ ପୁରୁଣାକଟକରେ ଘରେ ଚଢ଼ଉ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button