କ୍ରିକେଟରେ ଧୀମା ବୋଲିଂ ନୂଆ ନିୟମ

ମୁମ୍ବାଇ : ଦିନିକିଆ ଓ ଟି-୨୦ ଫର୍ମାଟ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନୂଆ ନିୟମ ଘୋଷଣା କରିଛି। ଏହାର ନାଁ ଷ୍ଟପ୍ କ୍ଲକ୍ ଦିଆଯାଇଛି। ଏହାକୁ ଲାଗୁ କରିବା ପାଇଁ ବୋର୍ଡ ରାଜି ହୋଇଥିବା ଆଇସିସି ପକ୍ଷରୁ କୁହାଯାଇଛି।

ଖବର ଅନୁଯାୟୀ କ୍ରିକେଟ ପାଇଁ ମଙ୍ଗଳବାର ଘୋଷଣା ହୋଇଥିବା ନୂଆ ନିୟମରେ ଯଦି କୌଣସି ଦଳ ଗୋଟିଏ ଇନିଂସରେ ତୃତୀୟ ଥର ପାଇଁ ଏକ ନୂଆ ଓଭର ବୋଲିଂ କରିବାକୁ ୬୦ ସେକେଣ୍ଡରୁ ଅଧିକ ସମୟ ନିଅନ୍ତି ତେବେ ୫ ରନର ଜରିମାନା ଆଦାୟ କରାଯିବ। ବର୍ତ୍ତମାନ ପୁରୁଷ କ୍ରିକେଟରେ ଦିନିକିଆ ଓ ଟି-୨୦ ଫର୍ମାଟରେ ଏହାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ଡିସେମ୍ବର ୨୦୨୩ରୁ ଏହି ପରୀକ୍ଷଣ ଆରମ୍ଭ ହୋଇ ୨୦୨୪ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ।

ଏଣିକି ପୂର୍ବ ଓଭର ଶେଷ ହେବାର ୬୦ ସେକେଣ୍ଡ ମଧ୍ୟରେ ପ୍ରତ୍ୟେକ ଦଳକୁ ପରବର୍ତ୍ତୀ ଓଭର ଆରମ୍ଭ କରିବାକୁ ପଡ଼ିବ। ପ୍ରଥମ ଓ ଦ୍ଵିତୀୟ ଥର ପାଇଁ କୌଣସି ଜରିମାନା ନାହିଁ। ହେଲେ ଗୋଟିଏ ଦଳ ଇନିଂସରେ ତୃତୀୟ ଥର ପାଇଁ ଏପରି କରେ ତେବେ ତାଙ୍କ ଉପରେ ୫ ରନର ଜରିମାନା ଲଗାଯିବ।

Leave a Reply

Your email address will not be published. Required fields are marked *

Back to top button