ଶାହାରୁଖ ଓ ଝିଅ ସୁହାନାଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିବ

ମୁମ୍ବାଇ : ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡଙ୍କି’ ଏବେ ଚର୍ଚ୍ଚାରେ। ଏଥିସହ ଝିଅ ସୁହାନା ଖାନ ଡେବ୍ୟୁ କରିବାକୁ ଥିବା ଫିଲ୍ମ ‘ଦି ଆର୍କିଜ୍’ର ପ୍ରମୋସନରେ ବ୍ୟସ୍ତ। ଏହି ଖବର ପ୍ରଶଂସକଙ୍କୁ ଉତ୍ସାହିତ କରିଛି।

ଖବର ଅନୁଯାୟୀ ଶାହାରୁଖ ଓ ସୁହାନାଙ୍କୁ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ। ସୁଜୟ ଘୋଷଙ୍କ ନିର୍ଦ୍ଦେଶନାରେ ଏହା ହେବ ଆକ୍ସନ୍ ଫିଲ୍ମ। ତେବେ ଏହି ଚଳଚ୍ଚିତ୍ର ‘ଡଙ୍କି’ ଡିସେମ୍ବର ୨୨ରେ ମୁକ୍ତିଲାଭ କରିବ। ଫିଲ୍ମର ଟିଜର ରିଲିଜ୍ ହୋଇସାରିଛି। ‘ଯବାନ’ର ସଫଳତା ପରେ ଏବେ ‘ଡଙ୍କି’ ଉପରେ ସମସ୍ତଙ୍କ ନଜର ରହିଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଶାହରୁଖ, ବିକି କୌଶଲ, ତାପସୀ ପନ୍ନୁ ଓ ବମନ ଇରାନୀ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହିରାନୀ।

Leave a Reply

Your email address will not be published. Required fields are marked *

Back to top button