Tue. Dec 10th, 2019

ଅଗ୍ନିଶମ ବିଭାଗରେ ଅଦଳ ବଦଳ

ଭୁବନେଶ୍ଵର : ଅଗ୍ନିଶମ ବିଭାଗରେ ଅଦଳ ବଦଳ । ବରିଷ୍ଠ ଅଗ୍ନିଶମ ଅଧିକାରୀ ସ୍ତରରେ ଅଦଳ ବଦଳ ହୋଇଯାଇଛି । ମହେଶ୍ୱର ସ୍ୱାଇଁଙ୍କଠୁ ଅଗ୍ନି ନିରୋଧକ ଶାଖା ଦାୟିତ୍ୱ କଢାଯାଇ ସୁକାନ୍ତ ସେଠୀଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । ଶାଖାର ଚିଫ୍ ଫାୟାର ଅଫିସର ଥିଲେ ମହେଶ୍ୱର । ଏଣିକି ତାଙ୍କ ସ୍ଥାନରେ  ଦାୟିତ୍ୱ ତୁଲାଇବେ ସୁକାନ୍ତ । ଏହା ସହ ଡେପୁଟି ଫାୟାର ଅଫିସର ଅରୁଣ ଷଡଙ୍ଗୀଙ୍କ ବଦଳି ହୋଇଛି । ଅଗ୍ନି ନିରୋଧକ ଶାଖାରୁ ଜିଲ୍ଲା ଅଗ୍ନିଶମ ଅଧିକାରୀ ଭାବେ ଭବାନୀପାଟଣା ଗଲେ ଅରୁଣ ଷଡଙ୍ଗୀ । ତାଙ୍କ ସ୍ଥାନରେ ସଲିଲ ପ୍ରକାଶ କିଣ୍ଡୋଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *