ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

ବୌଦ୍ଧ : ବୁଟୁପାଲି ପୋଲିସ କଲୋନୀରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ। ମୃତ୍ୟୁର କାରଣ ଜଣାପଡିନଥିଲେ ହେଁ ମହିଳାଙ୍କ ସ୍ୱାମୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି।

ଖବର ଅନୁଯାୟୀ କନେଷ୍ଟବଳ ଚମ୍ପା ମେହେର ସ୍ୱାମୀ ଓ ଦୁଇ ଛୁଆଙ୍କ ସହ ସରକାରୀ କ୍ୱାଟର୍ସରେ ରହୁଥିଲେ। ସେ ଜିଲ୍ଲା କୋଷାଗାରରେ ପହରା କାର୍ଯ୍ୟରେ ନିୟୋଜିତ ଥିଲେ। ସକାଳେ ଚମ୍ପାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button