ଛୁରାମାଡ଼ରେ ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର

ପୁରୀ : ପୁରୀ ପୋଲିସ ହାଇସ୍କୁଲର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ର ଛୁରାମାଡ଼ କରିଛି। ଏହି ଆକ୍ରମଣରେ ଛାତ୍ରଜଣକ ଗୁରୁତର ଥିବା ଜଣାପଡିଛି।

ଖବର ଅନୁଯାୟୀ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାକୁ ନେଇ ଆଜି ସ୍କୁଲ ଯିବା ସମୟରେ ଅଷ୍ଟମ ଶ୍ରେଣୀର ଛାତ୍ରକୁ ଛୁରାମାଡ କରିଥିଲା ଦଶମ ଶ୍ରେଣୀ ଛାତ୍ର। ଏହି ଆକ୍ରମଣରେ ମୁନା ସାହୁର ହାତରେ ଆଘାତ ଲାଗିଛି। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ତୁରନ୍ତ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Back to top button