ପାଲେଷ୍ଟାଇନ ବନ୍ଦୀଙ୍କ ମୁକ୍ତ ପାଇଁ ତାଲିକା ଜାରି କଲା ଇସ୍ରାଏଲ୍

ଜେରୁଜେଲମ୍ : ଇସ୍ରାଏଲ ଓ ଆତଙ୍କବଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ସଂଘର୍ଷର ଅବସାନ ଘଟିବ। ଉଭୟ ପକ୍ଷ ମାନବିକ ଅସ୍ତ୍ରବିରତି ପାଇଁ ରାଜିନାମା କରିଛନ୍ତି। ଏହି ଚୁକ୍ତି ପରେ ହମାସ ଇସ୍ରାଏଲର ୨୪୦ ଜଣ ବନ୍ଧକଙ୍କ ମଧ୍ୟରୁ ପ୍ରାୟ ୫୦ ଜଣ ଓ ଇସ୍ରାଏଲ ପାଲେଷ୍ଟାଇନ୍ କଏଦୀମାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।

ଖବର ଅନୁଯାୟୀ ଇସ୍ରାଏଲ ୩୦୦ ପାଲେଷ୍ଟାଇନ ବନ୍ଦୀଙ୍କ ତାଲିକା ଜାରି କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ୨୮୭ ଜଣଙ୍କ ବୟସ ଓ ୧୮ ବର୍ଷରୁ କମ୍। ପଶ୍ଚିମ କୂଳ ଓ ପୂର୍ବ ଜେରୁଜେଲମରେ ଦଙ୍ଗା ଓ ପଥରମାଡ଼ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା। ଇସ୍ରାଏଲ ଦ୍ୱାରା ମୁକ୍ତ ହେବାକୁ ଥିବା ୩୦୦ ପାଲେଷ୍ଟାଇନ ବନ୍ଦୀଙ୍କ ମଧ୍ୟରେ ମୋଟ ୧୫୦ ଜଣ ମହିଳା ଓ ନାବାଳକ ଅଛନ୍ତି। ଇସ୍ରାଏଲ ୪ ଦିନର ଅସ୍ତ୍ରବିରତି ସମୟରେ ଏମାନଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି। ଏହାଛଡା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ଅଭିଯୋଗରେ ୧୩ ଜଣ ମହିଳାଙ୍କୁ ଗିରଫ କରାଯାଇଛି।

ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ ବନ୍ଧକ ଚୁକ୍ତିକୁ ସମର୍ଥନ ଜଣାଇଛନ୍ତି। ଇସ୍ରାଏଲର ଯୁଦ୍ଧ କ୍ୟାବିନେଟର ଅଧିକାରୀମାନେ ୬ ଘଣ୍ଟିଆ ବୈଠକ କରିଥିଲେ। ପରେ କତର, ଇଜିପ୍ଟ ଓ ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ତର୍ଜାତୀୟ ପ୍ରୟାସ ଦ୍ୱାରା ଏହି ଚୁକ୍ତିକୁ ଅନୁମୋଦନ ମିଳିଥିଲା। ହ୍ୱାଇଟ୍ ହାଉସ୍ ସୂଚନା ଚୁକ୍ତିକୁ ସମସ୍ତ ପକ୍ଷ ଅନୁମୋଦନ କରିବାର ୨୪ ଘଣ୍ଟା ପରେ ବନ୍ଦୀମାନଙ୍କୁ ମୁକ୍ତ କରିବା ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *

Back to top button