ଆତଙ୍କବାଦୀଙ୍କ ସହ ସଂପର୍କ : ୪ ଅଧିକାରୀ ବରଖାସ୍ତ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ସହ ସଂପର୍କ ରଖିଥିବା ଅଭିଯୋଗରେ ୪ ଜଣ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି। ଏହି କର୍ମଚାରୀମାନେ ହେଲେ ନିସାର ଅଲ ହସନ (ସହାୟକ ପ୍ରଫେସର ଏସଏମଏଚଏସ ହସ୍ପିଟାଲ ଶ୍ରୀନଗର), କନେଷ୍ଟବଳ ଅବ୍ଦୁଲ ମଜିଦ ଭଟ, ଉଚ୍ଚଶିକ୍ଷା ବିଭାଗର ଡ୍ରାଇଭର ଅବ୍ଦୁଲ ସଲାମ ରାଥର ଓ ଶିକ୍ଷକ ଫାରୁକ ଅହମ୍ମଦ ମୀର।

ଖବର ଅନୁଯାୟୀ ଏହି ସରକାରୀ କର୍ମଚାରୀଙ୍କୁ ସମ୍ବିଧାନର ଧାରା ୩୧୧ କ୍ରମରେ ବରଖାସ୍ତ କରାଯାଇଛି। ସେମାନେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପାକିସ୍ତାନ ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରିଥିଲେ। ଏପରି ମାମଲାରେ ଗତ ୩ ବର୍ଷରେ ୫୪ ଜଣ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ପ୍ରଶାସନ ତରଫରୁ କୁହାଯାଇଛି କର୍ମଚାରୀମାନେ ଭାରତ ସରକାରଙ୍କ ଠାରୁ ବେତନ ନେଇ ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରହିଛି।

ସୂଚନାଯୋଗ୍ୟ ଚଳିତବର୍ଷ ଜୁନ ମାସରେ କାଶ୍ମୀର ବିଶ୍ୱବିଦ୍ୟାଳୟର ଜନସଂପର୍କ ଅଧିକାରୀ, ରାଜସ୍ୱ ବିଭାଗର ଜଣେ ଅଧିକାରୀ ଓ ଜଣେ ପୋଲିସକର୍ମୀଙ୍କୁ ସମାନ ଅଭିଯୋଗରେ ବରଖାସ୍ତ କରାଯାଇଥିଲା। ପାକିସ୍ତାନ ଆତଙ୍କବାଦୀ ସଂଗଠନ ପାଇଁ ପାଣ୍ଠି ଯୋଗାଡ କରୁଥିବା ଅଭିଯୋଗରେ ନିଆଯାଇଥିଲା କାର୍ଯ୍ୟାନୁଷ୍ଠାନ।

Leave a Reply

Your email address will not be published. Required fields are marked *

Back to top button