Fri. Dec 6th, 2019

“ସିନ୍ଦୁର ଓ ତିଳକ”ର ଜୀବନରେ ପ୍ରଭାବ କଣ ?

ସାଧାରଣତଃ ପୂଜା ପର୍ବରେ ଆମେ ସିନ୍ଦୁର ତିଳକ ଲଗାଇଥାଉ । ତିଲକ ଆମ ଜୀବନରେ ଅନେକ ଶୁଭ ଫଳ ଆଣିଥାଏ । ତେଣୁ କରି ଏହା ପଛରେ ରହିଛି ଅନେକ କାରଣ ।
ଷୋଳ ଶୃଙ୍ଗାର ସହ ଜଡ଼ିତ ତିଳକ:-
ଷୋଳ ଶୃଙ୍ଗାର ସହ ଜଡ଼ିତ ତିଳକ ସୁନ୍ଦରତା ବଢ଼ାଇବା ସହ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆଣିଥାଏ। ସୌଭାଗ୍ୟକୁ ବଢ଼ାଉଥିବା ସିନ୍ଦୂର ଆମ ଜୀବନରେ ବିଶେଷ ମହତ୍ତ୍ୱ ରଖିଥାଏ। କେବଳ ତିଳକ ନୂହେଁ, ମଥାରେ ଲାଲ୍ ବିନ୍ଦି ଲଗାଇବା ମଧ୍ୟ ଶୁଭ ବୋଲି ଧରାଯାଏ। ଲାଲ୍ ରଙ୍ଗ ଉତ୍ସାହ, ଶୁଭ ଏବଂ ସାହସର ପ୍ରତୀକ ହୋଇଥାଏ।
ବୈଜ୍ଞାନିକଙ୍କ ମହତ୍ତ୍ୱ:-
ପୂଜାରେ ବ୍ୟବହାର ହେଉଥିବା ସିନ୍ଦୂର ଏକ ପ୍ରକାର ଔଷଧ ମଧ୍ୟ। ଯାହାକୁ ଆର୍ୟୁେବେଦରେ ତ୍ୱଚା ସମ୍ବନ୍ଧିତ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଏ। ମୁଣ୍ଡରେ ଲଗାଉଥିବା ସିନ୍ଦୂର ତିଳକ କେବଳ ସୌନ୍ଦର୍ୟ୍ୟ ବୃଦ୍ଧି କରେ ନାହିଁ, ଏହା ଆମ ମନର ଏକାଗ୍ରତାକୁ ବି ବଢ଼ାଇଥାଏ।
ଶିବଙ୍କ ପୂଜା ବେଳେ ବ୍ୟବହାର ହୋଇ ନଥାଏ ସିନ୍ଦୂର :-
ସିନ୍ଦୂର ଶୁଭ, ସୁଖ ଏବଂ ସମୃଦ୍ଧିର ପ୍ରତୀକ ହୋଇଥାଏ ସତ କିନ୍ତୁ ଧ୍ୟାନ କରୁଥିବା ଶିବଙ୍କ ପୂଜା ବେଳେ ଏହାକୁ ବାରଣ କରାଯାଏ।

Leave a Reply

Your email address will not be published. Required fields are marked *