Thu. Jun 27th, 2019
194 views

ପୁଣି ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ଟିଏମସି ଶାସିତ ପଶ୍ଚିମବଙ୍ଗରେ ବିଜେପିର ସଫଳତା ପରେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ରବିବାର ରାତିରେ ଜଣେ ବିଜେପି କର୍ମୀଙ୍କୁ ଅଜଣା ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି । ଉତ୍ତର ୨୪ ପ୍ରଗଣା ଜିଲାର ଭାଟପଡ଼ା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାର ଶିକାର ହୋଇଥିବା ବିଜେପି କର୍ମୀଙ୍କ ନାମ ଚନ୍ଦନ ଶ। ତାଙ୍କ ବୟସ ୨୪ ବର୍ଷ । ଭାଟପଡ଼ାର କାକିନାଡା ସାତଦଳ ଖେଳପଡ଼ିଆ ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ପଛରେ ଟିଏମସି କର୍ମୀଙ୍କ ହାତ ଥିବା ବିଜେପି ଅଭିଯୋଗ କରିଛି।

ସେୟାର କରନ୍ତୁ:-

1 thought on “ପୁଣି ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା

Leave a Reply

Your email address will not be published. Required fields are marked *