ନାକରେ ମୁଥ ମାରି ସ୍ଵାମୀଙ୍କୁ ମାରିଦେଲା ପତ୍ନୀ

ପୁଣେ : ପୁଣେର ୱାନାବଦି ଅଞ୍ଚଳରେ ହତ୍ୟାକାଣ୍ଡ। ସ୍ଵାମୀଙ୍କ ନାକରେ ମୁଥ ମାରିବାରୁ ଏହି ଘଟଣା ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ୱାନାବଦି ଅଞ୍ଚଳର ସ୍ମାର୍ଟ ରେସିଡେନ୍‌ସିଆଲ୍‌ ସୋସାଇ‌ଟିରେ ରହିଛି ନିର୍ମାଣ ଶିଳ୍ପ ବ୍ୟବସାୟୀ ନିଖିଳ ଖାନ୍ନାଙ୍କ ଆପାର୍ଟମେଣ୍ଟ। ୬ ବର୍ଷ ପୂର୍ବେ ନିଖିଳ ପତ୍ନୀ ରେଣୁକାଙ୍କୁ ପ୍ରେମ-ବିବାହ କରିଥିଲେ। ଶୁକ୍ରବାର ଅପରାହ୍ଣରେ ଘଟିଥିଲା ହତ୍ୟାକାଣ୍ଡ।

ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ପତ୍ନୀ ରେଣୁକାର ଜନ୍ମଦିନ ପାଳିବା ଲାଗି ନିଖିଳ ତାଙ୍କୁ ଦୁବାଇ ନ ନେବା ଏବଂ ଜନ୍ମଦିନ ଓ ବିବାହ ବାର୍ଷିକୀରେ ମୂଲ୍ୟବାନ ଉପହାର ଦେଉ ନଥିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାଛଡ଼ା ଦିଲ୍ଲୀରେ ଥିବା ରେଣୁକାଙ୍କ ସମ୍ପର୍କୀୟଙ୍କ ଜନ୍ମଦିନ ପାଳିବା ପାଇଁ ତାଙ୍କୁ ଦିଲ୍ଲୀ ନେଉନଥିବା କାରଣ ସମ୍ପର୍କରେ ନିଖିଳ କିଛି କହୁନଥିଲେ। ଘଟଣାଦିନ ଝଗଡ଼ା ଲାଗିବାରୁ ରେଣୁକା ନିଖିଳଙ୍କ ମୁହଁରେ ମୁଥ ମାରିବାରୁ ନାକ ଓ କେତୋଟି ଦାନ୍ତ ଭାଙ୍ଗିଯାଇଥିଲା। ପ୍ରବଳ ରକ୍ତସ୍ରାବ ହେବାରୁ ନିଖିଳ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ପୋଲିସ ସ୍ଵାମୀ ହତ୍ୟା ଅଭିଯୋଗରେ ରେଣୁକାଙ୍କୁ ଗିରଫ କରି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Back to top button