ମାଲକାନଗିରି ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୃତ ଶ୍ରମିକ ମୁଖ୍ୟମନ୍ତ୍ରୀ : ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଘଟିଥିବା ସଡ଼କ ଦୁର୍ଘଟଣାରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତ ୭ଜଣଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ ଶନିବାର ମାଲକାନଗିରି ହନ୍ତାଳଗୁଡ଼ା ଘାଟିରେ ଏକ ସିମେଣ୍ଟ ବୋଝେଇ ଟିପ୍ପର ଭାରସାମ୍ୟ ହରାଇ ଓଲଟିବାରୁ ୬ଜଣ ଶ୍ରମିକଙ୍କର ପ୍ରାଣହାନି ଘଟିଛି। ସେମାନେ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ମାଟିଗାଁର ସୁନାଧର ଭତ୍ରା, ପୂର୍ଣ୍ଣ ଭତ୍ରା, ଜୀବରଧନ ଭତ୍ରା, ପୁଲସିଂ ଭତ୍ରା, ସୁନାଧର ଭତ୍ରା ଓ ଦୁର୍ଯ୍ୟୋଧନ ଭତ୍ରା।

Leave a Reply

Your email address will not be published. Required fields are marked *

Back to top button