ସ୍ୱାମୀଙ୍କ କାନ କାମୁଡ଼ି ଛିଣ୍ଡାଇଲା ପତ୍ନୀ

ନୂଆଦିଲ୍ଲୀ : ସୁଲତାନପୁରୀ ଅଞ୍ଚଳରେ ନଭେମ୍ବର ୨୦ ତାରିଖରେ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିରେ ଉତ୍‌କ୍ଷିପ୍ତ ହୋଇ ଜଣେ ମହିଳା ସ୍ୱାମୀଙ୍କ କାନ କାମୁଡି ଛିଡାଇ ଦେଇଥିବା ପୀଡିତ ଥାନାର ଅଭିଯୋଗ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଘଟଣାଦିନ ସ୍ୱାମୀ ଅଳିଆ ଫିଙ୍ଗିବାକୁ ବାହାରକୁ ଯାଇ ଘରର ସଫାସୁତୁରା କରିବା ପାଇଁ ପତ୍ନୀକୁ କହିଥିଲେ। ସ୍ୱାମୀ ଫେରିବା ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପତ୍ନୀ କହିଥିଲେ ଘର ବିକ୍ରିକରି ଭାଗ ଟଙ୍କା ଦିଅ ମୁଁ ପିଲାଙ୍କୁ ନେଇ ଅଲଗା ରହିବି। ଏହାଶୁଣି ସ୍ୱାମୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ସେ କିଛି ନବୁଝି ଆକ୍ରମଣ କରିଥିଲେ। ସ୍ଵାମୀଙ୍କ ଡାହାଣ କାନକୁ କାମୁଡି ଛିଣ୍ଡାଇ ଦେଇଥିବା ପୀଡିତ ସ୍ୱାମୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ତାଙ୍କୁ ମଙ୍ଗୋଲପୁରୀର ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍‌ରେ ପୁଅ ଭର୍ତ୍ତି କରିବାରୁ ସେଠାରେ ଅସ୍ତ୍ରୋପଚାର କରାଯାଇଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button