ଜଟଣୀ ତରାବଇ ଗାଁରେ ଗୋଷ୍ଠୀ ସଂଘର୍ଷ

ଖୋର୍ଦ୍ଧା : ଜଟଣୀ ଥାନା ତରାବଇ ଗାଁରେ ଗତ ରାତିରେ ଘଟିଛି ଗୋଷ୍ଠୀ ସଂଘର୍ଷ। ମାରଣାସ୍ତ୍ର ଓ ବୋମା ଫୁଟାଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ତରାବଇ ଗାଁର ଦୁଇଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। ଗତ ରାତିରେ କୌଣସି କାରଣରୁ ଉଭୟ ପକ୍ଷ ମଧ୍ୟରେ ବଚସା ଓ ପରେ ହାତାହାତି ହୋଇଥିଲା। ଏହି ଘଟଣାରେ ବିବାଦ ଉଗ୍ର ରୂପ ନେଇଥିଲା। ଉଭୟ ପକ୍ଷ ମାରଣାସ୍ତ୍ରରେ ପରସ୍ପରଙ୍କୁ ଆକ୍ରମଣ କରିବାରୁ ଦୁଇ ଜଣ ଆହତ ହୋଇଛନ୍ତି। ବୋମାମାଡ଼ରେ ୩ଟି ବାଇକ୍‌ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button