Fri. Dec 6th, 2019

କ୍ୟାନସର ଓ ଶ୍ଵାସ ଦୂରକରେ କଳା ହଳଦୀ

କଳା ହଳଦୀ କ୍ୟାନସର ଓ ଶ୍ଵାସ ରୋଗୀଙ୍କ ପାଇଁ ବେଶ ଉପକାରୀ। ଜ୍ଵର, ପିମ୍ପଲ, ଏଲର୍ଜି, ମାଇଗ୍ରେନ ଭଳି ରୋଗରୁ ମଧ୍ୟ କଳା ହଳଦୀ ମୁକ୍ତି ଦେଇଥାଏ। ଏଣିକି କଳା ହଳଦୀ ବ୍ୟବହାର ପାଇଁ କୌଣସି ସମସ୍ୟା ରହିବନି। ସହଜରେ ଉପଲବ୍ଧ ଏହି ଔଷଧୀୟ ଗଛ। ହିମାଚଳର ହମୀରପୁର ନେରୀ ସ୍ଥିତ ହର୍ବଲ ଗାର୍ଡେନରେ କଳା ହଳଦୀ ଗଛ ପରୀକ୍ଷାମୂଳକ ଭାବେ ଲଗାଯାଇଥିଲା। ଏଥିରେ ସଫଳତା ମିଳିଛି। ଏବେ ଲୋକମାନେ ନିଜ ଘରେ ଏହି ଗଛ ଲଗାଇ ଔଷଧୀୟ ତତ୍ତ୍ଵର ଫାଇଦା ଉଠାଇପାରିବେ।

କଳା ହଳଦୀ ଗଛ ଲଗାଇ ସଫଳତା ପାଇବାର ପ୍ରଚେଷ୍ଟା ୩ ବର୍ଷ ତଳେ କରଯାଇଥିଲା। ଏହା ସଫଳ ହୋଇଛି। ଏହି ଗଛ ସବୁ ଋତୁରେ ଲଗାଯାଇପାରିବ। ନାଲି ହଳଦୀ ଭଳି କଳା ହଳଦୀ ମଧ୍ୟ ସବୁପ୍ରକାରର ରୋଗ ନିୟନ୍ତ୍ରଣ କରିବ। ଲୋକେ ଲାଭବାନ ହେବ। ତେଣୁ କଳା ହଳଦୀ ଚାଷକୁ ବ୍ୟାପକ କରିବା ପାଇଁ ଯୋଜନା କରାଯାଉଛି। ଏହି ଗଛର ପତ୍ରକୁ ଶୁଖାଇ ପାଉଡର ତିଆରି କରି ମହୁ ବା କ୍ଷୀର ସହ ମିଶାଇ ପ୍ରତିଦିନ ପିଇଲେ ଶରୀରକୁ ଅନେକ ଫାଇଦା ମିଳିବ। ଏହା ଏସିଡିଟି ମଧ୍ୟ ନିୟନ୍ତ୍ରଣ କରେ। ଆୟୁର୍ବେଦିକ ଔଷଧ ତିଆରି କରୁଥିବା କମ୍ପାନୀଗୁଡିକରେ କଳା ହଳଦୀର ବହୁତ ଚାହିଦା ରହିଛି। ଏହି ଗଛ ପ୍ରଥମେ ହିମାଚଳର ନେରୀ ଗାର୍ଡେନରେ ଲଗାଯାଇଥିଲା। କିଛି ବର୍ଷ ପୂର୍ବରୁ ମଧ୍ୟପ୍ରଦେଶରେ ଦେଖାଯାଇଥିଲା କଳା ହଳଦି। ଏହି କଳା ରଂଗର ପାଉଡର ଲୋକଙ୍କ ଶରୀର ପାଇଁ ବେଶ ଉପକାରୀ।

Leave a Reply

Your email address will not be published. Required fields are marked *