ସ୍ଵାମୀ-ସ୍ତ୍ରୀ ଝଗଡ଼ା ପାଇଁ ବାଟ ବଦଳାଇଲା ବିମାନ

ନୂଆଦିଲ୍ଲୀ : ସ୍ଵାମୀ-ସ୍ତ୍ରୀ ଝଗଡ଼ା ପାଇଁ ସ୍ଵିଜର୍‌ଲାଣ୍ଡ୍‌ର ମ୍ୟୁନିକ୍‌ ସହରରୁ ବ୍ୟାଙ୍କକ୍‌ ଯାତ୍ରା କରୁଥିବା ଲୁଫ୍‌ତାନ୍‌ସା ବିମାନ ଗନ୍ତବ୍ୟସ୍ଥଳ ପରିବର୍ତ୍ତନ କରି ଦିଲ୍ଲୀରେ ପହଞ୍ଚିଥିବା ଜଣାପଡିଛି।

ଖବର ଅନୁଯାୟୀ ବିମାନ ଭିତରେ ସ୍ଵାମୀ-ସ୍ତ୍ରୀଙ୍କ ଝଗଡ଼ା ସମ୍ପର୍କରେ କ୍ୟାବିନ୍‌ କ୍ରୁ ରିପୋର୍ଟ କରିଥିଲେ। ଫଳରେ ପାକିସ୍ତାନରେ ବିମାନ ଅବତରଣ କରିବାକୁ ଅନୁରୋଧ କରଯାଇଥିଲା। ହେଲେ ପାକିସ୍ତାନ ଅନୁମତି ଦେଲା ନାହିଁ। କେଉଁ କାରଣରୁ ଅନୁମତି ମିଳିଲାନି ତାହା ପ୍ରକାଶ କରାଯାଇ ନାହିଁ। ପରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଛି। ତେବେ ସ୍ଵାମୀ-ସ୍ତ୍ରୀ ଝଗଡ଼ା ପାଇଁ ବିମାନର ଗନ୍ତବ୍ୟସ୍ଥଳ ପରିବର୍ତ୍ତନ କରାଯାଇଛି। ବିମାନ ଦିଲ୍ଲୀରେ ଅବତରଣ କରିବା ପରେ ଝଗଡ଼ା ଲାଗିଥିବା ସ୍ଵାମୀ-ସ୍ତ୍ରୀଙ୍କୁ ବିମାନ ବନ୍ଦର ନିରାପତ୍ତା ବଳକୁ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button