ଏକତରଫା ପ୍ରେମ : ଯୁବକର ଆକ୍ରମଣରେ ବାପ-ଝିଅ ଗୁରୁତର

ସୋର : ଏକତରଫା ପ୍ରେମକୁ ନେଇ ଯୁବକର ଭୁଜାଲି ଆକ୍ରମଣ। ନାବାଳିକା ଝିଅ ଓ ବାପା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ଗୋପାଳପୁର ଥାନା ଅଞ୍ଚଳରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ କଲ୍ୟାଣୀ ପଞ୍ଚାୟତ ଭିର୍ଲା ଗ୍ରାମର ଝିଅ ନିକଟସ୍ଥ ବିଦ୍ୟାଳୟର ଦଶମ ଶ୍ରେଣୀରେ ଛାତ୍ର। ଗୁରୁବାର ସକାଳେ ସେ ସ୍କୁଲ ଯାଉଥିବା ବେଳେ ତାଳପଦା ଗ୍ରାମର ଯୁବକ ନବୀନ ମଳିକ ତାଙ୍କୁ ବାଟରେ ଅଟକାଇ ପ୍ରେମ ନିବେଦନ କରିଥିଲେ। ଝିଅ ରାଜି ନହେବାରୁ ଭୁଜାଲିରେ ଆକ୍ରମଣ କରିଥିଲେ। ଏ ଖବର ପାଇ ନାବାଳିକାଙ୍କ ବାପା ସେଠାରେ ପହଞ୍ଚି ପ୍ରତିବାଦ କରିବାରୁ ଯୁବକଜଣଙ୍କ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଉଭୟ ବାପ ଝିଅ ଗୁରୁତର ଆହତ ହୋଇଥିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୋପାଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ନବୀନ ଫେରାର ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button