ଛାତ୍ରୀ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ

ସମ୍ବଲପୁର : ଛାତ୍ରୀ ଅସଦାଚରଣ ଅଭିଯୋଗରେ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଅରୁଣ କୁମାର ଯୋଶୀଙ୍କୁ ବରେଇପାଲି ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ ଉତ୍ସବରେ ଉପସ୍ଥାପନା ପାଇଁ କିଛି ଛାତ୍ରୀଙ୍କୁ ଡାକିଥିଲେ ଇଂରାଜୀ ଶିକ୍ଷକ ଅରୁଣ କୁମାର ଯୋଶୀ। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଶରୀରର ଆପତ୍ତିଜନକ ସ୍ଥାନରେ ହସ୍ତଚାଳନା କରିବାରୁ ସେ ପ୍ରଥମେ ଶ୍ରେଣୀ ଶିକ୍ଷକଙ୍କୁ ଜଣାଇଥିଲେ। ଶିକ୍ଷକ ଗୁରୁତ୍ଵ ନଦେବାରୁ ପିତାମାତାଙ୍କୁ କହିଥିଲେ। ପରେ ଅଭିଭାବକମାନେ ଘଟଣା ସଂପର୍କରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଅଧ୍ୟକ୍ଷଙ୍କ ଅଭିଯୋଗ ଆଧାରରେ ପୋଲିସ ଇଂରାଜି ଶିକ୍ଷକ ଅରୁଣ କୁମାର ଯୋଶୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିବା ବେଳେ ସେ ଦୋଷ ସ୍ଵୀକାର କରିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button