ସୁରଟ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ : ୭ ଶ୍ରମିକ ଜଳିଗଲେ

ସୁରଟ : ଗୁଜରାଟର ସୁରଟଠାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ମଙ୍ଗଳବାର ବିଳମ୍ବତ ରାତିରେ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୭ କର୍ମଚାରୀ ଜିଅନ୍ତା ଜଳିଯାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ୮ଜଣ ଗୁରୁତର ଥିବା ଜଣାପଡିଛି।

ଖବର ଅନୁଯାୟୀ କେମିକାଲ ଫ୍ୟାକ୍ଟ୍ରିର ଏକ ଟ୍ୟାଙ୍କରେ ପ୍ରଥମେ ବିସ୍ଫୋରଣ ହୋଇଥିଲା ପରେ ନିଆଁ ଚାରିଆଡକୁ ବ୍ୟାପୀ ଯାଇଥିଲା। ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚିଥିଲେ। କିନ୍ତୁ ନିଆଁକୁ ଆୟତ୍ତ କରିବା କରିବାକୁ ୧୦ ଘଂଟାରୁ ଅଧିକ ସମୟ ଲାଗିଥିଲା। ୨୦ ଜଣ ଆହତଙ୍କୁ କ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ୭ କର୍ମଚାରୀ ନିଖୋଜ ଥିଲେ। ନିଆଁକୁ ଆୟତ୍ତ କରାଯିବା ପରେ କାରଖାମା ଭିତରୁ ୭ଟି କଙ୍କାଳ ମିଳିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button