ଏକଜିଟ୍ ପୋଲ : ରାଜସ୍ଥାନରେ ପଦ୍ମ ଓ ଛତିଶଗଡ଼ରେ ପୁଣି କଂଗ୍ରେସ ସରକାର

ନୂଆଦିଲ୍ଲୀ : ଦେଶର ୫ଟି ରାଜ୍ୟ ଯଥା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନର ବୁଥ ବାହୁଡ଼ା ମତର ଫଳାଫଳ ଆସିଛି। ତେଲେଙ୍ଗାନାରେ ଗୁରୁବାର ମତଦାନ ଶେଷ ହୋଇଥିବା ବେଳେ ବାକି ୪ଟି ରାଜ୍ୟରେ ମତଦାନ ହୋଇସାରିଛି। ଡିସେମ୍ବର ୩ ତାରିଖରେ ଏସବୁ ରାଜ୍ୟର ଫଳାଫଳ ପ୍ରକାଶ ପାଇବ। ତେବେ ସାଙ୍କେତିକ ଚିତ୍ରରୁ ରାଜସ୍ଥାନରେ ବିଜେପି ଓ ଛତିଶଗଡ଼ରେ ପୁଣିଥରେ କଂଗ୍ରେସ କ୍ଷମତାକୁ ଆସିବାର ସୂଚନା ଦେଇଛି।

ଖବର ଅନୁଯାୟୀ ରାଜସ୍ଥାନର ମୋଟ ୨୦୦ଟି ଆସନ ମଧ୍ୟରେ ୧୯୯ଟିରେ ଭୋଟ ଗ୍ରହଣ ହୋଇଥିଲା। ବିଭିନ୍ନ ସଂସ୍ଥାମାନଙ୍କ ଦ୍ଵାରା କରାଯାଇଥିବା ଏକଜିଟ୍ ପୋଲ ଅନୁସାରେ ଏହି ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ସମ୍ଭାବନା ରହିଛି। ଦୈନିକ ଭାସ୍କର ରିପୋର୍ଟ ବିଜେପି ୯୮ରୁ ୧୦୫ଟି ଆସନ ଓ କଂଗ୍ରେସ ୮୫ରୁ ୯୫ଟି ଆସନ ଜିତିବ। ସେହିପରି ଜନକି ବାତର ପୂର୍ବାନୁମାନ ବିଜେପି ୧୦୦ରୁ ୧୨୨ଟି ଆସନ ଓ କଂଗ୍ରେସ ୬୨ରୁ ୮୫ଟି ଆସନ ଜିତିବ। ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆର ପୂର୍ବାନୁମାନ ବିଜେପି ୮୦ରୁ ୧୦୦ଟି ଆସନ ଓ କଂଗ୍ରେସ ୧୦୦ରୁ ୧୦୬ଟି ଆସନ ଜିତିବାର ସମ୍ଭାବନା ରହିଛି। ପି-ମାର୍କ୍ୟୁର ରିପୋର୍ଟ ବିଜେପି ୧୦୫ରୁ ୧୨୫ଟି ଆସନ ଓ କଂଗ୍ରେସ ୬୯ରୁ ୯୧ଟି ଆସନ ଜିତିବ।

ସେହିପରି ଛତିଶଗଡ଼ ବିଧାନସଭାର ମୋଟ ଆସନ ସଂଖ୍ୟା ୯୦। ସେଥିରୁ ୪୬ଟି ଆସନ ଜିତି ପୁଣିଥରେ କଂଗ୍ରେସ କ୍ଷମତାକୁ ଆସିବ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ ଏକଜିଟ୍ ପୋଲ ଦର୍ଶାଇଛି ଛତିଶଗଡ଼ରେ କଂଗ୍ରେସ ୪୦-୫୦ଟି ଆସନ ଜିତିବାର ସମ୍ଭାବନା ରହିଛି।ବିଜେପି ୩୬-୪୬ଟି ଆସନ ଜିତିବା ସହ ବହୁଜନ ସମାଜ ପାର୍ଟି ଓ ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି ସମେତ ଅନ୍ୟ ଦଳ ପ୍ରାୟ ଗୋଟାଏରୁ ପାଞ୍ଚଟି ଆସନ ଜିତିପାରନ୍ତି।

ଏବିପି ନିଉଜ୍-ସି ଭୋଟର ଏକଜିଟ୍ ପୋଲ କହିଛି ଛତିଶଗଡ଼ରେ ବିଜେପି ୩୬-୪୮ଟି ଓ କଂଗ୍ରେସ ୪୧-୫୩ଟି ଆସନ ଜିତିବାର ସମ୍ଭାବନା ରହିଛି। ଇଣ୍ଡିଆ ଟିଭି-ସିଏନଏକ୍ସ ଏକଜିଟ୍ ପୋଲ୍ ଅନୁସାରେ ବିଜେପି ୩୦-୪୦ ଓ କଂଗ୍ରେସ ୪୬-୫୬ ଆସନରେ ଜିତିବା ସମ୍ଭାବନା ଅଛି। ଜନ୍ କି ବାତ୍ ଏକଜିଟ୍ ପୋଲ ସୂଚନା ବିଜେପି ୩୪-୪୫ ଓ କଂଗ୍ରେସ ୪୨-୫୩ ଆସନରେ ଜିତିପାରେ।

Leave a Reply

Your email address will not be published. Required fields are marked *

Back to top button