ଦୁଇପତ୍ନୀ, ୬ ପ୍ରେମିକା ଓ ୯ପିଲାଙ୍କ ପାଇଁ ଅପରାଧୀ ହେଲେ ଯୁବକ

ଲକ୍ଷ୍ନୌ : ଟଙ୍କା ଦୁଇଗଣ କରି ଦେବାର ଲୋଭ ଦେଖାଇ ଲୋକଙ୍କୁ ଠକୁଥିବା ଯୁବକର ଦୁଇପତ୍ନୀ, ୬ପ୍ରେମିକା ଓ ୯ ପିଲା। ଏହି ଅଭିଯୁକ୍ତ ଅଜିତ ମୌର୍ଯ୍ୟକୁ ପୋଲିସ ଗିରଫ କରିଛି। ପରିବାର ପୋଷିବା ପାଇଁ ଠକେଇ କରୁଥିବା ଅଜିତ କହିଥିବା ଜଣାପଡିଛି।

ଖବର ଅନୁଯାୟୀ ଉତ୍ତର ପ୍ରଦେଶ ଲକ୍ଷ୍ନୌର ଅଜିତ ମୌର୍ଯ୍ୟ ଷଷ୍ଠ ଫେଲ୍‌। କିନ୍ତୁ ସୋସିଆଲ ମିଡିଆରେ ରିଲ୍ସ ଭିଡିଓ ତିଆରି କରିବାରେ ମାହିର୍‌। ସେ ବିଭିନ୍ନ ଉପାୟରେ ଲୋକଙ୍କୁ ଠକି ସେହି ଟଙ୍କାରେ ପତ୍ନୀ, ପ୍ରେମିକା ଓ ପିଲାଙ୍କ ସହ ଲଗ୍‌ଜୁରୀ ଲାଇଫ୍ ବିତାଉଥିଲା। ପୋଲିସର ସୂଚନା ହେଲା ଅଜିତ ମୁମ୍ବାଇରେ ନକଲି ପ୍ଲାଷ୍ଟର ଅଫ୍ ପ୍ୟାରିସର ଛାତ ତିଆରି କରୁଥିଲା। ୨୦୦୦ ମସିହାରେ ସଙ୍ଗୀତାଙ୍କ ସହ ହୋଇଥିଲା ବିବାହ। ବିବାହ ପରେ ୭ଟି ସନ୍ତାନର ବାପା ହୋଇଥିଲା। ୨୦୧୦ରେ ଚାକିରି ଚାଲିଯିବାରୁ ଗାଁକୁ ଫେରିଥିଲା। ଗାଁ’ରେ କାମ ନମିଳିବାରୁ ଲୋକଙ୍କୁ ଠକିବା ସହିତ ଚୋରି ଆରମ୍ଭ କରିଥିଲା। ୨୦୧୯ରେ ସୁଶୀଲାଙ୍କୁ ବିବାହ କରିଥିଲା ଅଜିତ୍। ଦୁହେଁ ୨ଟି ସନ୍ତାନର ମାତାପିତା ହୋଇଥିଲେ। ପରିବାର ବଡ ହୋଇଯିବାରୁ ପରିବାର ଚଳାଇବା ପାଇଁ ଅଜିତ୍ ନକଲି ନୋଟ୍‌ ଓ ବିଭିନ୍ନ ସ୍କିମ ମାଧ୍ୟମରେ କରି ଚାଲିଲା ଠକେଇ।

ଠକାମିର ଶିକାର ହୋଇଥିବା ଧର୍ମେନ୍ଦ୍ର କୁମାର ଅଜିତ ବିରୋଧରେ ଏତଲା ଦେବାରୁ ତାର ସବୁ କରନାମା ପଦାକୁ ଆସିଥିଲା। ଅଜିତ୍ ଦୁଇଗୁଣ କରିବାର ଲୋଭ ଦେଇ ଧର୍ମେନ୍ଦ୍ରଙ୍କଠାରୁ ୩ଲକ୍ଷ ଟଙ୍କା ଆଣିଥିଲା। କିନ୍ତୁ ଟଙ୍କା ଦେଲାନି। ଏନେଇ ଅଭିଯୋଗ କରାଯିବା ପରେ ଧର୍ମେନ୍ଦ୍ରଙ୍କ ପରି ଏକାଧିକ ଲୋକଙ୍କୁ ଅଜିତ୍ ଠକିଥିବା ଜଣାପଡିଥିଲା। ଏହାବ୍ୟତୀତ ଫୋନରୁ ସୂଚନା ମିଳିଲା ତାଙ୍କର ୬ଜଣ ପ୍ରେମିକା ଅଛନ୍ତି। ସେମାନଙ୍କୁ ଅଜିତ୍ ବିଦେଶ ବୁଲାଇ ନେଇଛି।

Leave a Reply

Your email address will not be published. Required fields are marked *

Back to top button