ଏକଜିଟ୍ ପୋଲ୍‌ : ମଧ୍ୟପ୍ରଦେଶରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର

ନୂଆଦିଲ୍ଲୀ: ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଆସିଛି ଏକଜିଟ୍ ପୋଲ୍‌ ରିପୋର୍ଟ। ଏଥିରୁ ସଂକେତ ମିଳିଛି ମଧ୍ୟପ୍ରଦେଶରେ ଶାସନ ଗାଦି ଅକ୍ତିଆର ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ।

ଖବର ଅନୁଯାୟୀ ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୬ ଆବଶ୍ୟକ।ରିପବ୍ଲିକ ଟିଭି ବିଜେପିକୁ ବହୁମତ ମିଳିବ ବୋଲି ଆକଳନ କରିଥିବା ବେଳେ ନ୍ୟୁଜ୍ ୨୪ ବିଜେପି ସପକ୍ଷରେ ବିଜୟ ଯିବ ବୋଲି ଅନୁମାନ କରିଛି। ତେବେ ଟିଭି ୯, ଜନ୍‌କି ବାତ୍ ଓ ଦୈନିକ ଭାସ୍କର ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ଉଭୟ ବିଜେପି ଓ କଂଗ୍ରେସ ବହୁମତର ଦାବିଦାର ବୋଲି ଦର୍ଶାଯାଇଛି। ରିପବ୍ଲିକ୍‌ ଟିଭି- ମାର୍ଟିିଜ୍‌ ଏକ୍‌ଜିଟ୍ ପୋଲ୍ ରିପୋର୍ଟରେ ବିଜେପି : ୧୧୮-୧୩୦, କଂଗ୍ରେସ: ୯୭-୧୦୭ ଓ ଅନ୍ୟାନ୍ୟ : ୦-୨ଆସନ ପାଇବେ।

ସେହିପରି ଟିଭି୯- ପୋଲଷ୍ଟାର୍ଟ କହିଛି ବିଜେପି : ୧୦୬-୧୧୬, କଂଗ୍ରେସ : ୧୧୧-୧୨୧ ଓ ଅନ୍ୟାନ୍ୟ: ୦-୬। ଜନ କୀ ବାତ୍‌ ବିଜେପି : ୧୦୦-୧୨୩ ଓ କଂଗ୍ରେସ : ୧୦୨-୧୨୫। ଦୈନିକ ଭାସ୍କର : ବିଜେପି : ୯୫-୧୧୫ କଂଗ୍ରେସ: ୧୦୫-୧୨୦, ନ୍ୟୁଜ ୨୪- ଟୁଡେଜ୍ ଚାଣକ୍ୟ ବିଜେପି : ୧୫୧ ଓ କଂଗ୍ରେସ ୭୪ ଆସନ ପାଇବ ବୋଲି କୁଆଯାଇଛି। ଡିସେମ୍ବର ୩ ତାରିଖରେ ବିଧିବଦ୍ଧ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *

Back to top button