ଘଟଗାଁ : ଦୁର୍ଘଟଣାରେ ୭ ମୃତ, ୮ ଗୁରୁତର

କେନ୍ଦୁଝର : ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍ ପିଟିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୮ ଜଣ ଆହତ ହୋଇଛନ୍ତି। ଆଜି ସକାଳୁ ଘଟଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ଖବର ଅନୁଯାୟୀ ଘଟଗାଁ ତାରିଣୀଙ୍କୁ ଦର୍ଶନ ପାଇଁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁରୁ ଏକ ଉଇଙ୍ଗର ଭ୍ୟାନ‌ରେ ଲୋକେ ଆସିଥିଲେ। ମନ୍ଦିର ଠାରୁ ମାତ୍ର ତିନି କିଲୋମିଟର ପୂର୍ବରୁ ଦୁର୍ଘଟଣା ଘଟିଥିଲା। ବାଲିଯୋଡ଼ିଠାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଟ୍ରକ ସହିତ ଧକ୍କା ଖାଇଥିଲା ଭ୍ୟାନ। ଘଟଣାସ୍ଥଳରେ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଓ ଏକାଧିକ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଘଟଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button