You are here
Home > Breaking News (Page 3)

ଲୌହଖଣିରେ ଶ୍ରମିକ ଅସୁରକ୍ଷିତ

ବାରିପଦା: ଲୌହଖଣିରେ କାର୍ଯ୍ୟରତ ଶ୍ରମିକଙ୍କ ସୁରକ୍ଷା ପାଇଁ ସୁବନ୍ଦୋବସ୍ତ କରାଯାଉ ନାହିଁ। କୋଟି କୋଟି ଟଙ୍କା ଲାଭ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ଶ୍ରମିକଙ୍କ ଜୀବନ ସୁରକ୍ଷା ପାଇଁ କମ୍ପାନିମାନେ ଦୃଷ୍ଟି ଦେଉ ନାହାନ୍ତି। ଫଳରେ ଶ୍ରମିକମାନଙ୍କୁ ଦୁର୍ଘଟଣା ଶିକାର ହେବାକୁ ପଡୁଥିବା ବେଳେ କେତେବେଳେ ଅନ୍ୟାନ୍ୟ ନିର୍ଯ୍ୟାତନାର ଶିକାର ହେବାକୁ ହେବାକୁ ପଡୁଛି। ମୟୁରଭଞ୍ଜ ଜିଲ୍ଲାର ଗୋରୁମହିଷାଣି ଲୌହଖଣିରେ ଶ୍ରମିକମାନେ ରବିବାର ସକାଳୁ ଏଭଳି ଦୁର୍ଘଟଣା ସମ୍ମୁଖୀନ ହୋଇଛନ୍ତି। ଆଜି

ଯାତ୍ରୀବସ୍‌ରୁ ୧୯୭ ବୋତଲ ଏସ୍‌କଫ ଜବତ

ବଲାଙ୍ଗୀର : ବଲାଙ୍ଗୀରରୁ ବରଗଡ଼ ଆଡ଼କୁ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ରୁ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ନିଶା ଔଷଧ “ଏସକଫ” ଜବତ କରିଛି ବରପାଲି ପୋଲିସ । ଏହି ଘଟଣାରେ ପୋଲିସ ବସ୍‌ର ହେଲ୍ପର ବିଶ୍ଵାମିତ୍ର ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ବଲାଙ୍ଗୀରରୁ ସମ୍ବଲପୁର ଚାଲୁଥିବା ମା’ ଭଗବତୀ ବସ ଆଜି ବଲାଙ୍ଗୀରରୁ ବରଗଡ଼ ପଟକୁ ଆସୁଥିବା ବେଳେ ଏଥିରେ ବେଆଇନ

ମଦ ଦୋକାନ ବନ୍ଦ ନକଲେ ୨୦ରୁ ଅନଶନ : କଖଡି ସରପଞ୍ଚ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖ ସୁଦ୍ଧା ଆଠଗଡ ବିଧାନସଭା ନିର୍ବାଚନମଣ୍ଡଳୀର କଖଡି ପଞ୍ଚାୟତକୁ ଯଦି ସରକାର ମଦମୁକ୍ତ ପଞ୍ଚାୟତ ଘୋଷଣା ଲାଗି ପଦକ୍ଷେପ ନ ନିଅନ୍ତି, ତେବେ ସେହିଦିନ ଠାରୁ ଅନଶନ କରିବ। କଖଡି ପଞ୍ଚାୟତର ମହିଳା ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏମିତି ଚରମ ବାଣୀ ଶୁଣାଇଛନ୍ତି। ଶ୍ରୀମତୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ‘ଆପଣ ନିକଟରେ ଗୁରୁପ୍ରିୟା ସେତୁ

ନବରଙ୍ଗପୁର ଏସପିଙ୍କ ଦବଙ୍ଗଗିରି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦବଙ୍ଗଗିରି । ଏସପି ତାଙ୍କ ବାସଗୃହରେ କାର୍ଯ୍ୟରତ ୨ ଫଲୋ ଅର୍ଡରଲି କର୍ମଚାରୀଙ୍କୁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ୨ କର୍ମଚାରୀ । ନିର୍ଯ୍ୟାତନାର ଶିକାର ହୋଇଥିବା ଜଣେ କର୍ମଚାରୀ ଗୁରୁତର ହେବା ପରେ ତାଙ୍କୁ ପ୍ରଥମେ ନବରଙ୍ଗପୁର ମେଡିକାଲ ଆଇସିୟୁରେ ଭର୍ତି କରାଯାଇଥିଲା । ପରେ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସପିଙ୍କ ନିର୍ଯ୍ୟାତନାର

ଶସ୍ତା ହେଲା ଇଲିସି

ପାରାଦୀପ : ଶସ୍ତା ହେଲା ଇଲିସି । କିଲୋ ପ୍ରତି ୭ ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦାମରେ ଇଲିସି ମାଛ ବିକ୍ରି ହେଉଥିବା ବେଳେ ଏବେ ଯୋଡା ୧୨୦ ଟଙ୍କାରୁ ୪ ଶହ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଇଲିସି ମାଛ ଶସ୍ତା ହେବା ପରେ ପାରାଦୀପ ଅଠରବାଙ୍କି ବାଲିପ୍ଲଟରେ ଲୋକଙ୍କ ଭିଡ ଜମିଛି । ଗତ ଦୁଇ ଦିନ ହେବ ପାରାଦୀପ ମୁହାଣରେ ମତ୍ସଜୀବୀ

ଆଦେଶ ଦେବା ବଦଳରେ ଚାଉଳ ବସ୍ତା ବୋହିଲେ ଆଇଏଏସ ଅଫିସର

କେରଳ : ବିଗତ କିଛି ଦିନ ଧରି କେରଳରେ ବନ୍ୟା ବିତ୍ପାତ ଲାଗି ରହିଛି । ସାଧାରଣ ଜନତା ତ୍ରାହି ତ୍ରାହି ଡ଼ାକୁଥିବା ବେଳେ ରାଜ୍ୟର ୩୨୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ରାଜ୍ୟର ଇତୁକି, ବାୟନାଡ଼ ଜିଲ୍ଲାରେ ସ୍ଥିତି ସଂଗୀନ ହୋଇଥିବାବେଳେ ସାରା ଦେଶରୁ ଛୁଟିଛି ସହାୟତାର ସୁଅ । ବିଗତ ୧୦୦ ବର୍ଷ ମଧ୍ୟରେ ଏ ହେଉଛି ସବୁଠୁ ବଡ଼ ବନ୍ୟା । ବନ୍ୟାରେ ୮

ବିବାହ ପ୍ରସ୍ତାବକୁ କେନ୍ଦ୍ରକରି ଆକ୍ରମଣ, ୩ଅଭିଯୁକ୍ତ ଗିରଫ

ହିଞ୍ଜିଳୀକାଟୁ : ବିବାହ ପ୍ରସ୍ତାବ ଭାଙ୍ଗିବା ଆଶଙ୍କା ପ୍ରକାଶ କରି ହିଂଜିଳି ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି । ହିଂଜିଳି ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମର ସଞ୍ଜୟ ସାହୁ ଓ ତାଙ୍କ ସହଯୋଗୀ ସମ୍ପୃକ୍ତ ଗ୍ରାମର ନୂଆସାହି ବାସିନ୍ଦା ଶଙ୍କର ସାହୁଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ପରିବାର ଲୋକଙ୍କୁ ହତ୍ୟା ଧମକ ଦେବା ସହ ଶ୍ୟାମଳାଇ ଛକରେ ରହୁଥିବା ତାଙ୍କ ସମ୍ପର୍କୀୟ ଭଗବାନ ସାହୁଙ୍କୁ

ଏଥର ନ ଶୁଣିଲେ ସ୍କୁଲ ଓ କଲେଜରେ ତାଲା : ଶିକ୍ଷକ ମିଳିତମଞ୍ଚ

ଭୁବନେଶ୍ୱର : ଏବର୍ଷ ବି ସ୍କୁଲ ଓ କଲେଜରେ ପଡ଼ିବ ତାଲା। ପାଠପଢ଼ା ଆରମ୍ଭ ହେବାର ୨ ମାସ ପରେ ପୁଣିଥରେ ଏଭଳି ଏକ ଚରମ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ସ୍କୁଲ୍‌ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚ। ଗୁରୁବାର ବିଧାନସଭା ସମ୍ମୁଖ ଗାନ୍ଧୀ ମାର୍ଗରେ ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ ବିଶାଳ ଶୋଭାଯାତ୍ରା କରିବା ସହ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ। ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ

୨୪ତାରିଖକୁ ଘୁଞ୍ଚଲା ଫସଲ ବୀମା ପଞ୍ଜୀକରଣ

ଭୁବନେଶ୍ୱର : ରାଜ୍ୟରେ ନୂଆ ଖରିଫ ଋତୁ ନିମନ୍ତେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଆଗେଇ ଚାଲିଛି। ଋଣୀ ଚାଷୀଙ୍କ ପାଇଁ ଗତ ୧୬ ତାରିଖ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଇତିି ମଧ୍ୟରେ ବିଭିନ୍ନ ଛୁଟି ପଡ଼ିଥିବାରୁ ଏହି ସମୟସୀମାକୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସରକାରୀ ସୂତ୍ର ବୟାନ କରୁଛି ଯେ ଚଳିତ ଖରିଫ ଋତୁ ନିମନ୍ତେ ଅଣଋଣୀ ଚାଷୀଙ୍କ ପାଇଁ ଫସଲ

୧୯ରେ ଲଘୁଚାପ, ୨୦ରେ ବର୍ଷା

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ପୁଣିଥରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ। ୧୯ ତାରିଖରେ ଏହି ଘୁର୍ଣ୍ଣିବଳୟ ଲଘୁଚାପ ବଳୟରେ ପରିଣତ ହେବ। ଫଳରେ ପୁଣିଥରେ ଓଡ଼ିଶାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବିଭାଗ ପକ୍ଷରୁ କୁହାଯାଇଛି ଯେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରିସାରିଛି। ତେଣୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ନାହିଁ। ଓଡ଼ିଶା ଉପରେ

Top