ଅବସରପ୍ରାପ୍ତ ଶିକ୍ଷକଙ୍କୁ କେନ୍ଦ୍ର ସରକାରଙ୍କ ଉପହାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୩ ଲକ୍ଷରୁ ଅଧିକ ବିଶ୍ଵ ବିଦ୍ୟାଳୟ ଓ କଲେଜରୁ ଅବସରପ୍ରାପ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି । ଅର୍ଥାତ ସରକାର ଏହି କର୍ମଚାରୀଙ୍କ ପେନସନରାଶିରେ ୧୮ ହଜାର ଟଙ୍କା ବୃଦ୍ଧି କରିଛନ୍ତି।

ଏହି ଶିକ୍ଷକ ଓ ଅଣ ଶିକ୍ଷକଙ୍କୁ ସପ୍ତମ ବେତନ ଅୟୋଗର ଲାଭ ମିଳିବ।  ସରକାରଙ୍କ ଏହି ନିଷ୍ପତ୍ତିରେ କେନ୍ଦ୍ରୀୟ  ବିଶ୍ଵ ବିଦ୍ୟାଳୟ ଓ ୟୁଜିସି ଅଧୀନ ଡିମ୍ଡ ବିଶ୍ଵ ବିଦ୍ୟାଳୟର ୨୫ ହଜାର ପେନସନଧାରୀଙ୍କୁ ମଧ୍ୟ ଫାଇଦା ମିଳିବ।  ଏହା ବ୍ୟତୀତ ଯେଉଁ ରାଜ୍ୟରେ ସପ୍ତମ ବେତନ ଆୟୋଗ ଲାଗୁ ହୋଇସାରିଛି ସେହି ରାଜ୍ୟର ବିଶ୍ଵ ବିଦ୍ୟାଳୟ ଓ କଲେକଙ୍କୁ ମଧ୍ୟ ଏହାର ଲାଭ ମିଳିବ।  ଉଲ୍ଲେଖଯୋଗ୍ୟ ବିଶ୍ଵ ବିଦ୍ୟାଳୟ ଓ କଲେଜରୁ ୮ ଲକ୍ଷ ଶିକ୍ଷକ ଓ ୧୫ ଲକ୍ଷ ଅଣ ଶିକ୍ଷକ କର୍ମଚାରୀ ଚାକିରୀରୁ ଅବସର ନେଇ ସାରିଛନ୍ତି । ମଙ୍ଗଳବାର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭେଦକର ନିଜେ ସରକାରଙ୍କ ଏହି ନିଷ୍ପତ୍ତି  ବିଷୟରେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି।

Posted by janatakhabar

No Comment

Leave a Comment

Your email address will not be published. Required fields are marked *