ଆସନ୍ତାକାଲି ଦ୍ଵିତୀୟ ଟି-୨୦ ମ୍ୟାଚ

ନୂଆଦିଲ୍ଲୀ : ଭାରତୀୟ ଦଳ ଓ ଆୟରଲାଣ୍ଡ ମଧ୍ୟରେ ଦୁଇ ଟିକିଆ ଟି ୨୦ ସିରିଜର ଦ୍ଵିତୀୟ ମ୍ୟାଚ୍ ଡବଲିନର ମାଲାହାଇଡ କ୍ରିକେଟ୍ କ୍ଲବ ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି ସାଢେ ୮ଟାରେ ଆରମ୍ଭ ହେବ। ବୁଧବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ଆୟରଲାଣ୍ଡକୁ ୭୬ ରନରେ ପରାସ୍ତ କରିଛି। ଏହା ପରେ ଭାରତୀୟ ଦଳ ଦ୍ଵିତୀୟ ଟି ୨୦ ମ୍ୟାଚରେ ବିଜୟୀ ହୋଇ ସିରିଜ୍ ଜିତିବା ସହିତ ଇଂଲଣ୍ଡ ଗସ୍ତ କରିବାକୁ ଚାହିଁବ।

ଭାରତୀୟ ଦଳ ଆୟରଲାଣ୍ଡ ବିପକ୍ଷ ଦ୍ଵିତୀୟ ଟି ୨୦ ତଥା ଅନ୍ତିମ ମ୍ୟାଚରେ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ପରୀକ୍ଷା କରିବାକୁ ଚାହିଁବ ଯଦ୍ଵାରା ଇଂଲଣ୍ଡ ବିପକ୍ଷ ଚ୍ୟାଲେଞ୍ଜିଂ ଗସ୍ତ ପୂର୍ବରୁ ଖେଳାଳି ପିଚ୍ ବିଷୟରେ ଅବଗତ ହୋଇ ପାରିବେ। ରୋହିତ ଓ ଧାଓ୍ଵନ ଓପନିଂ ରୂପେ ନିଜର ପ୍ରଦର୍ଶନ ଦେଇଥିବା ବେଳେ ଲୋକେଶ ରାହୁଲଙ୍କୁ ମଧ୍ୟ କ୍ରମରେ ଖେଳାଯିବା ଉପରେ ବିଚାର କରାଯାଇ ପାରେ। କିଛି ଖେଳାଳିଙ୍କୁ ବିଶ୍ରାମ ଦେଇ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ଦଳରେ ସୁଯୋଗ ଦିଆଯାଇପାରେ।

ମାତ୍ର ରୋହିତ, ଧାଓ୍ଵନ, ଖୋଦ୍ କୋହଲି, ଧୋନୀ ଓ ଦୁଇ ଜଣ ସ୍ପିନରଙ୍କୁ ବିଶ୍ରାମ ଦିଆଯାଇ ପାରିବ ନାହିଁ। କୋହଲି ବୋଲିଂରେ କିଛିଟା ପରିବର୍ତ୍ତନ ମଧ୍ୟ କରିପାରିବେ। ଉମେଶ ଯାଦବ ଓ ସିଦ୍ଧାର୍ଥ କୌଲଙ୍କୁ ଦଳରେ ସୁଯୋଗ ଦେବା ଉପରେ ବିଚାର କରାଯାଇ ପାରେ। କିନ୍ତୁ ଦଳ ପ୍ରବନ୍ଧକ ଭୁବନେଶ୍ଵର କୁମାର ଓ ଜସପ୍ରୀତ ବୁମରାଙ୍କ ବାହାର କରିବାକୁ ପ୍ରସ୍ତୁତ ନୁହନ୍ତି।

Posted by janatakhabar

No Comment

Leave a Comment

Your email address will not be published. Required fields are marked *