ଆସନ୍ତାକାଲି ସିଲଭର ସ୍କ୍ରିନକୁ ଆସୁଛି ନୂଆ ଓଲିଉଡ୍ ଫିଲ୍ମ “ସୁନ୍ଦରଗଡ଼ର ସଲମାନ୍ ଖାନ୍”

ଭୁବନେଶ୍ଵର : ରଜ ବଜାରରେ ଧୂମ ମଚାଇବା ଲକ୍ଷ୍ୟ ନେଇ ଆସନ୍ତାକାଲି ସିଲଭର ସ୍କ୍ରିନକୁ ଆସୁଛି ନୂଆ ଓଲିଉଡ୍ ଫିଲ୍ମ ସୁନ୍ଦରଗଡ଼ର ସଲମାନ୍ ଖାନ୍। ବାବୁସାନ୍ ଓ ଦିବ୍ୟାଙ୍କ ନୂଆ ଯୋଡ଼ିକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ ପକ୍ଷରୁ ମୁକ୍ତିଲାଭ କରିବାକୁ ଯାଉଛି ଏହି ରୋମାଣ୍ଟିକ୍ ମ୍ୟୁଜିକାଲ ଫିଲ୍ମ। ଏଥିରେ ବାବୁସାନଙ୍କ ସହ ଡେବ୍ୟୁ କରିଛନ୍ତି ଚୁଲବୁଲି ଦିବ୍ୟା।

ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରହିଛି ଜବରଦସ୍ତ ଷ୍ଟୋରୀ ଲାଇନ। ଫିଲ୍ମରେ ବାବୁସାନଙ୍କୁ ଜଣେ ବ୍ରାହ୍ମଣ ଭୂମିକାରେ ଦେଖିବାକୁ ମିଳିବ। ସେହିଭଳି ବବି ମିଶ୍ର ଓ କେକେଙ୍କୁ ଖଳନାୟକ ଭୂମିକାରେ ଦେଖିବେ ଦର୍ଶକ। ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମଦାର।

Posted by janatakhabar

No Comment

Leave a Comment

Your email address will not be published. Required fields are marked *