ଏମିତି ବି ହୁଏ ଉତ୍କଳ ବିଶ୍ୱବିଦ୍ୟାଳୟରେ ପରୀକ୍ଷା

ଭୁବନେଶ୍ଵର : ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ସମସ୍ତ ପ୍ରକାର ପ୍ରସ୍ତୁତ ହେବା ସହିତ ଆଡମିଟ୍ କାର୍ଡ଼ରେ ଦିଆଯାଇଥିବା ସୂଚନା ଅନୁଯାୟୀ ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । କିନ୍ତୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବା ପରେ ସବୁକିଛି ସତେ ଯେମିତି ଫସର ଫାଟି ଯାଇଥିଲା । କାରଣ ପିଲା ପହଞ୍ଚିବା ପୂର୍ବରୁ ହିଁ ପରୀକ୍ଷା ସରି ଯାଇଥିଲା । ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ରାଜ୍ୟର ଶିକ୍ଷାର ପେଣ୍ଠସ୍ଥଳ ତଥା ଏକ ନମ୍ବର ବିଶ୍ୱବିଦ୍ୟାଳୟ କୁହାଯାଉଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଉତ୍କଳ ବିଶ୍ୱବିଦ୍ୟାଳୟର ଆଇଏମବିଏ ପାଠ୍ୟକ୍ରମରେ ନାମଲେଖା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବାକୁ ଆସିଥିଲେ। ମେ’ ୧୫ ତାରିଖ ପୂର୍ବାହ୍ନରେ ପରୀକ୍ଷା ହେବ ବୋଲି ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯାଇଥିଲା । ହେଲେ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ କ୍ୟାମ୍ପସରେ ପହଞ୍ଚିଲା ବେଳକୁ ଜାଣିବାକୁ ପାଇଥିଲେ ଯେ, ସମ୍ପୃକ୍ତ ବିଷୟର ପ୍ରବେଶିକା ପରୀକ୍ଷା ୧୪ ତାରିଖଠାରୁ ଶେଷ ହୋଇଯାଇଛି । ଏହା ଶୁଣିବା ପରେ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିବା ସହ କ୍ୟାମ୍ପସରେ ହୋହଲ୍ଲା କରିଥିଲେ। ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ପରେ ବିଶ୍ୱବିଦ୍ୟାଳୟ ଅଧିକାରୀ ପହଞ୍ଚି ପୁନଃବିଚାର ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Posted by janatakhabar

No Comment

Leave a Comment

Your email address will not be published. Required fields are marked *