You are here
Home > Breaking News > କଣ୍ଟେଇକୋଳି ଗ୍ରାମରେ ପାଗଳ ମାଙ୍କଡ ଆତଙ୍କ

କଣ୍ଟେଇକୋଳି ଗ୍ରାମରେ ପାଗଳ ମାଙ୍କଡ ଆତଙ୍କ

ହିଞ୍ଜିଳୀକାଟୁ : ଗତ ୫ ଦିନ ଧରି ହିଞ୍ଜିଳୀକାଟୁ ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମରେ ପାଗଳ ମାଙ୍କଡ ଆତଙ୍କ ଦେଖାଦେଇଛି । ଏହା ମଧ୍ୟରେ ଗ୍ରାମର ୨୦ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଆହତ ହୋଇଥିବା ଜଣାପଡିଛି । ପାଗଳ ମାଙ୍କଡ ଆକ୍ରମଣରେ ଗ୍ରାମର ବହୁ ବ୍ୟକ୍ତି ଆହତ ହୋଇଥିଲେ ମଧ୍ୟ ସ୍ଥାନୀୟ ବନ ବିଭାଗ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଯୋଗୁଁ ସମ୍ପୃକ୍ତ ଗ୍ରାମବାସୀ ହିଞ୍ଜିଳୀକାଟୁ ସ୍ଥିତ ବନ ବିଭାଗୀୟ ବିଟ ହାଉସକୁ ଘେରାଉ କରିବା ପାଇଁ ସଜବାଜ ହେଇଥିବା ଶୁଣିବାକୁ ମିଳିଛି ।

ସୂଚନା ଅନୁସାରେ ଗୁରୁବାର ସକାଳ ସମୟରେ ପାଗଳ ମାଙ୍କଡଟି ଉକ୍ତ ଗ୍ରାମର ୯ଜଣ ବ୍ୟକ୍ତିଙ୍କୁ କାମୁଡି ଆହତ କରିଥିଲା । ପରେ ଗ୍ରାମବାସୀ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ୧୦୮ଆମ୍ବୁଆନ୍ସ ଯୋଗେ ହିଞ୍ଜିଳୀକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତମାନେ ହେଲେ କଣ୍ଟେଇକୋଳି ଗ୍ରାମର ଭୋବିନ ଦାସ, ଭାଗ୍ୟ ଦାସ, ବିର ଦାସ, ଶଶୀ ମହାନ୍ତି, ବୁଦ୍ଧି ଦାସ, ଟଙ୍କଧର ସାହୁ, ନାରାୟଣ ମହାନ୍ତି, ସନ୍ଧ୍ୟାରାଣୀ ସାହୁ, ହାଡିଆଣୀ ଦାସ । ଏହି ଘଟଣାକୁ ନେଇ ହିଞ୍ଜିଳୀକାଟୁ ସ୍ଥିତ ବନ ବିଭାଗୀୟ ବିଟ ହାଉସ ଭାରପ୍ରାପ୍ତ ଫରେଷ୍ଟର କମଳ ବାବୁଙ୍କ ସହ ଯୋଗାଯୋଗ ସେ କହିଲେ ଗତ ୨ଦିନ ପୂର୍ବେ ଖବର ପାଇ କର୍ମଚାରୀମାନେ ସମ୍ପୃକ୍ତ ଗ୍ରାମକୁ ଯାଇ ପାଗଳ ମାଙ୍କଡକୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ତେଣୁ ଗୁରୁବାର ଦିନ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ପାଗଳ ମାଙ୍କଡକୁ କାବୁ କରିବା ପାଇଁ ଉଦ୍ୟମ ଚଳାଇଥିବା ଜଣାପଡିଛି ।

ସେୟାର କରନ୍ତୁ:-

Leave a Reply

Top