You are here
Home > Breaking News > ଘରକୁ ଫେରିବେ ବାଜପେୟୀ

ଘରକୁ ଫେରିବେ ବାଜପେୟୀ

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି । ତେଣୁ ଆଜି କିମ୍ବା ଆସନ୍ତାକାଲି ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି । ରୁଟିନ ଚେକ୍ଅପ ପାଇଁ ବାଜପେୟୀଙ୍କୁ ଏମ୍ସରେ ଭର୍ତି କରାଯାଇଥିଲା । ତାଙ୍କ ମୁତ୍ରାଶୟରେ ସଂକ୍ରମଣ ହୋଇଥିବା ଜଣାପଡିବା ପରେ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲରିଆଙ୍କ ତତ୍ୱାବଧାନରେ ବାଜପେୟୀଙ୍କ ଚିକିତ୍ସା ଚାଲିଛି । ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରଙ୍କ ଏକ ଟିିମ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ତେବେ ଡାଏଲିସିସ କରିବା ପରେ ବାଜପେୟୀଙ୍କ ସ୍ୱସ୍ଥ୍ୟାବସ୍ଥାରେ କ୍ରମାଗତ ସୁଧାର ଆସୁଥିବା ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ମିଳିଛି । ତେଣୁ ଆଜି କିମ୍ବା ଆସନ୍ତାକାଲି ସେ ଘରକୁ ଫେରିବେ ବୋଲି ସୂଚନା ମିଳିଛି ।

ସେୟାର କରନ୍ତୁ:-

Leave a Reply

Top