You are here
Home > Breaking News > ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବଡ଼ କମ୍ପାନୀଙ୍କ ଦବଦବାକୁ ନେଇ ଚିନ୍ତିତ ଆରବିଆଇ

ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବଡ଼ କମ୍ପାନୀଙ୍କ ଦବଦବାକୁ ନେଇ ଚିନ୍ତିତ ଆରବିଆଇ

ନୂଆଦିଲ୍ଲୀ : ଭାରତର ସେଣ୍ଟ୍ରାଲ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଦେଶରେ ଦ୍ରୁତ ଗତିରେ ବଢୁଥିବା ଡିଜିଟାଲ ପେମେଣ୍ଟର ଟ୍ରେଣ୍ଡକୁ ଧ୍ୟାନରେ ରଖି ଆଗାମୀ ଦିନରେ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଆରବିଆଇ ବୁଧବାର ଜାରି ‘ଡେଭଲପମେଣ୍ଟ ଆଣ୍ଡ ରେଗୁଲେଟର ପଲିସିଜ’ ଉପରେ ବୟାନ ଜାରି କରି ଡିଜିଟାଲ ପେମେଣ୍ଟ ସହ ଜଡ଼ିତ କମ୍ପାନୀଙ୍କୁ କଡ଼ା ସନ୍ଦେଶ ଦେଇଛି। ଏହା ସହିତ ଆରବିଆଇ ଡିଜିଟାଲ ପେମେଣ୍ଟ ସେକ୍ଟରରେ କିଛି ମୁଷ୍ଟିମେୟ କମ୍ପାନୀଙ୍କ ଦବଦବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଆରବିଆଇ ପେଟିଏମ, ଫୋନପେ, ଆମଜନ ପେ, ଗୁଗୁଲ ତେଜ ଓ ଫେସବୁକ ପରି ବଡ଼ ବଡ଼ କମ୍ପାନୀଙ୍କୁ ସନ୍ଦେଶ ଦେଇଛି ଯେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ବଜାରେ କେବଳ କିଛି ବଡ଼ କମ୍ପାନୀଙ୍କୁ ଚାହୁଁ ନାହିଁ, ଯିଏ ଖୁଚୁରା ବଜାରରେ ମଧ୍ୟ ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରିବ। ଆରବିଆଇ ଚାହୁଁଛି ଯେ ଖୁଚୁରା ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଆଉ କିଛି କମ୍ପାନୀ ସାମିଲ ହୁଅନ୍ତୁ।

ଆରବିଆଇ ସ୍ପଷ୍ଟ କରିଛି ଯେ କିଛି କମ୍ପାନୀ ଥିବାରୁ ରିଟେଲ ପେମେଣ୍ଟ ବଜାରରେ କନସେନଟ୍ରେନସ ରିକ୍ସର ସମ୍ଭାବନା ବଢିବାର ବିପଦ ରହିଛି। ଅର୍ଥାତ କିଛି କମ୍ପାନୀ ଉପରେ ନିର୍ଭର ରହିଲେ ସିଷ୍ଟମ ଧ୍ଵସ୍ତ ହେବାର ଆଶଙ୍କା ସୃଷ୍ଟି ମଧ୍ୟ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଆରବିଆଇ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଆଉ କିଛି କମ୍ପାନୀକୁ ସାମିଲ କରିବାକୁ ଯୋଜନା କରୁଛି। ଏହା ଦ୍ଵାରା ପେମେଣ୍ଟ ଇଣ୍ଡିଆ ପ୍ଲାଟଫର୍ମକୁ ଅଧିକ ବ୍ୟାପ୍ତ କରାଯାଇ ପାରିବ। ଆରବିଆଇ ସ୍ପଷ୍ଟ କରିଛି ଯେ ଏହି ସମ୍ବନ୍ଧରେ ସେ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ସାଧାରଣ ଲୋକଙ୍କୁ ଦୃଷ୍ଟିରେ ରଖି ପଲିସି ପେପର ଆଣିବେ।

ଉଲ୍ଲେଖନୀୟ ୨୦୧୬ ନଭେମ୍ବରରେ ନୋଟବନ୍ଦୀ ପରେ ଦେଶରେ ଖୁଚୁରା ବଜାରରେ ଡିଜିଟାଲ ପେମେଣ୍ଟ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଥିଲା। ଏହି ସମୟରେ ଅନେକ ବଡ଼ କମ୍ପାନୀ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ପାଦ ଦେଇଥିଲେ। ନୋଟବନ୍ଦୀ ସମୟରେ ପେଟିଏମକୁ ଏହି କ୍ଷେତ୍ରରେ ସବୁଠୁ ବଡ଼ ସଫଳତା ମିଳିଛି। ଯାହାକୁ ବଡ଼ ସଂଖ୍ୟାରେ ଲୋକେ ନିଜର ଆପରେ ଯୋଡିଛନ୍ତି।

ସେୟାର କରନ୍ତୁ:-

Leave a Reply

Top