ଡ୍ରାଇଭିଙ୍ଗ ଲାଇସେନ୍ସ ସହ ଲିଙ୍କ୍ ହେବ ଆଧାର କାର୍ଡ : ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ : ଡ୍ରାଇଭିଙ୍ଗ ଲାଇସେନ୍ସ ସହ ଆଧାର କାର୍ଡ ଲିଙ୍କ୍ କରିବା ପାଇଁ ୨୦୧୭ରୁ ବିଭିନ୍ନ ଆଲୋଚନା ଚାଲିଛି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହା ସପକ୍ଷରେ ମନ୍ତବ୍ୟ ମଧ୍ୟ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ସହିତ ଆଧାର କାର୍ଡକୁ ଡ୍ରାଇଭିଂ ଲାଇସେନ୍ସ ସହିତ ଯୋଡିବା ସମ୍ପର୍କରେ ଆଲୋଚନା କରି ଏକ ପ୍ରେସ୍ କନ୍ଫରେନ୍ସରେ କହିଛନ୍ତି ଯେ, ଯଦି ଜଣେ ନିଶାରେ ଲୋକଙ୍କ ଉପରେ ଗାଡି ଚଢାଇ ଅନ୍ୟ କେଉଁ ରାଜ୍ୟକୁ ପଳାଏ ତେବେ ଆଧାର କାର୍ଡ ଲିଙ୍କ ହୋଇଥିଲେ ତାକୁ ସହଜରେ ଧରାଯାଇପାରିବ । ଜଣେ ନିଜ ନାଁ ବଦଳାଇ ପାରିବ କିନ୍ତୁ ଫିଙ୍ଗରପ୍ରିଣ୍ଟ ନୁହେଁ ।

୨୦୧୭ରୁ ଡ୍ରାଇଭିଂ ଲାଇସେନ୍ସକୁ ଆଧାର ସହିତ ଲିଙ୍କ କରିବା ପାଇଁ ଆଲୋଚନା ଚାଲିଛି । ଡ୍ରାଇଭିଂ ଲାଇସେନ୍ସ ସହିତ ଆଧାର ଲିଙ୍କ କରିବାର ସମୟସୀମା ସ୍ଥିର ହୋଇନାହିଁ । ନକଲି ଡ୍ରାଇଭିଂ ଲାଇସେନ୍ସ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଧାର ସହ ବାୟୋମେଟ୍ରିକ୍ ଥିବାରୁ ଡ୍ରାଇଭିଂ ଲାଇସେନ୍ସର ନକଲ ତିଆରି କରିବା ବେଳେ ଧରାପଡ଼ିବେ ଅପରାଧୀ । ସେହିପରି ଡିଜିଟାଲ ହରିୟାଣା ସମିତି ୨୦୧୭ରେ କହିଥିଲେ , ଡିଜିଟାଲ ଆଇଡେଣ୍ଟିଟି, ଡିଜିଟାଲ ଟେକ୍ନୋଲୋଜି ସାହାଯ୍ୟରେ ଫିଜିକାଲ ଆଇଡେଣ୍ଟିଟିକୁ ଜାଣି ହୁଏ । ଏହା ସାହାଯ୍ୟରେ ଅପରାଧ କରି ପଳାଇଯାଉଥିବା ବ୍ୟକ୍ତିକୁ ସହଜରେ ଖୋଜି ବାହାର କରିହେବ ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *