ନେପାଳ ଯିବେ ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକ : କର୍ଣ୍ଣାଟକ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନେପାଳର ଜନକପୁର ସହରରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀଙ୍କ ଏହି ନେପାଳ ଗସ୍ତ ଧାର୍ମିକ ସାଂସ୍କୃତିକ ମହତ୍ୱକୁ ନେଇ ହେବ । ନେପାଳରେ ପ୍ରଧାନମନ୍ତ୍ରୀ ଜନକପୁରଠାରୁ ଅଯୋଧ୍ୟା ପର୍ଯ୍ୟନ୍ତ ଏକ ବସ୍ ସେବାର ଅୟମାରମ୍ଭ କରିବେ ଏବଂ ରାମାୟଣ ସର୍କିଟ ଟୁରିଷ୍ଟ ଯୋଜନାକୁ ଏକ ନିର୍ଦ୍ଦିଷ୍ଟ ରୂପରେଖ ଦେବେ । ଜନକପୁର ହେଉଛି ସୀତାଙ୍କ ଜନ୍ମସ୍ଥାନ ଏହି ସ୍ଥାନ ନେପାଳରେ ରହିଥିବାରୁ ପ୍ରଧାନମନ୍ତ୍ରୀ ଜନକପୁରରେ ଜାନକୀ ମନ୍ଦିର ଯିବେ । ସେଠାରେ ଅଧଘଣ୍ଟାଏ ରହି ପୂଜା ପାଠ କରିବା ପରେ ଏକ ଜନସଭାକୁ ସମ୍ଭୋଧିତ କରିବେ ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *