You are here
Home > Breaking News > ପଲିଥିନ୍‌ ଯେଉଁସ୍ଥାନରୁ ମିଳିବ ସେହି ସମ୍ପତ୍ତିକୁ ବ୍ୟାଜାପ୍ତ କରିବେ ସରକାର

ପଲିଥିନ୍‌ ଯେଉଁସ୍ଥାନରୁ ମିଳିବ ସେହି ସମ୍ପତ୍ତିକୁ ବ୍ୟାଜାପ୍ତ କରିବେ ସରକାର

ରାଜସ୍ଥାନ : ପଲିଥିନର ବ୍ୟବହାର ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ ସାଜିଛି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ସୂଚନା ମୁତାବକ ଏଣିକି ପଲିଥିନ ମିଳିବା ମାତ୍ରେ ଲୋକଙ୍କୁ ୧୦ ଗୁଣା ଜରିମାନା ଦେବାକୁ ପଡ଼ିବ । ତେବେ ଏହି ନିୟମ କାର୍ଯ୍ୟକାରୀ ହୋଇଛି ରାଜସ୍ଥାନରେ । ଏଠାକାର ପ୍ରଶାସନ ଏନେଇ ରାଜସ୍ଥାନ ନଗରପାଳିକା ଆକ୍ଟ ସଂଶୋଧନର ସ୍ୱୀକୃତି ପ୍ରସ୍ତାବ ସ୍ୱାୟତ୍ତ ଶାସନ ମନ୍ତ୍ରୀଙ୍କୁ ପଠାଇଛନ୍ତି । ଯାହାଦ୍ୱାରା ପଲିଥିନ ମିଳିବା ମାତ୍ରକେ ଉକ୍ତ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ ନିକଟରୁ ସର୍ବନିମ୍ନ ୧୦୦ ଟଙ୍କାରୁ ୧୦୦୦ ଟଙ୍କା ଏବଂ ସର୍ବାଧିକ ୧୦୦୦୦ଟଙ୍କା ଜରିମାନା ଆଦାୟ କରାଯିବ। ଏହା ବ୍ୟତୀତ ଯେଉଁଠାରେ ପଲିଥିନ ମିଳିବ ସେହି ସମ୍ପତ୍ତିକୁ ସିଲ କରି ଦିଆଯିବ ଭଳି ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସେୟାର କରନ୍ତୁ:-

Leave a Reply

Top