ପିସି ପାଇଁ ଟୋଲ୍‌-ଫ୍ରି ନମ୍ବର ଲଗାଯିବ

ଭୁବନେଶ୍ୱର : ପଞ୍ଚାୟତିରାଜ ବିଭାଗ ଅଧୀନରେ ପ୍ରତି ବ୍ଲକରେ ବ୍ୟାପକ ରୂପେ ପିସି କାରବାର ଚାଲିଥିବା  ଅଭିଯୋଗକୁ ଖଣ୍ଡନ କରିଛନ୍ତିି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ । ସେ ବିଭିନ୍ନ ବ୍ଲକକୁ ଅଚାନକ ଗସ୍ତ କରିଥିଲେ ହେଁ ଏଭଳି କାରବାର ତାଙ୍କ ନଜରକୁ ଆସିନାହିଁ । ଏହା ସତ୍ତ୍ୱେ ପିସି କାରବାର ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦେଶ ଦେଇଛନ୍ତି, ତାକୁ କାର୍ଯ୍ୟକାରୀ କରିବା ସହିତ ଲୋକଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରିବା ନିମନ୍ତେ ତାଙ୍କ ବିଭାଗରେ ଖୁବଶୀଘ୍ର ଟୋଲ୍‌-ଫ୍ରି ନମ୍ବର ଲଗାଯିବ ବୋଲି ସେ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଗୁରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭାଗୀୟ ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଲେ, ବ୍ଲକ ସ୍ତରରେ ଦୁର୍ନୀତି ରୋକିବା ନିମନ୍ତେ ତିନିଜଣିଆ କମିଟି ଗଠିତ ହୋଇଛି। ଏହି କମିଟି ବିଭିନ୍ନ ବ୍ଲକ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ଅଚାନକ ଗସ୍ତ କରି ପଦକ୍ଷେପ ନେଉଛନ୍ତି। ଦୁର୍ନୀତି ଅଭିଯୋଗ ନେଇ ୪୦୩ଜଣ ଅଧିକାରୀଙ୍କୁ କୈଫିୟତ ତଲବ କରାଯାଇଛି। ୨୬୨ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯିବା ସହିତ ୭୮ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *