ପୁଣି ଫେରିବ କିମ୍ଭୋ ଆପ୍‌

ନୂଆଦିଲ୍ଲୀ : ହ୍ଵାଟସ୍‌ଆପ୍‌କୁ ଟକ୍କର ଦେବା ପାଇଁ ଯୋଗଗୁରୁ ବାବା ରାମଦେବ ‘ସ୍ୱଦେଶୀ ହ୍ଵାଟସ୍‌ଆପ୍‌ କିମ୍ଭୋ ଆପ୍‌’କୁ ପୁଣି ଥରେ ରି-ଲଞ୍ଚ କରିବାକୁ ଯୋଜନା କରିଛନ୍ତି ।

ସୂଚନାଯୋଗ୍ୟ, କିମ୍ଭୋ ଆପ୍‌ ଗତ ମାସରେ ଲଞ୍ଚ କରାଯାଇଥିଲା। ଏହି ଆପ୍‌କୁ ନେଇ ହୋଇଥିବା ଅସୁବିଧା, ତ୍ରୁଟି ଓ ବିବାଦ ହେତୁ ପତଞ୍ଜଳି ଗୁଗଲ ପ୍ଲେ ଷ୍ଟାରରୁ ଏହାକୁ ହଟାଇ ଦେଇଥିଲା। ଖରାପ ଇଣ୍ଟରଫେସ୍‌ ଓ ସିକ୍ୟୁରିଟିରେ ତ୍ରୁଟି ନେଇ ଏହି ଆପ୍‌କୁ ନେଇ ସମାଲୋଚନା ହୋଇଥିଲା। କେବଳ ଏତିକି ନୁହେଁ ଆପ୍‌କୁ ଡାଉନ୍‌ଲୋଡ କରିବା ପରେ ଫୋନ୍‌ ବହୁତ ହ୍ୟାଙ୍ଗ ହେଉଥିବା ଭଳି ଅଭିଯୋଗ ବି ହୋଇଥିଲା । ଆଚାର୍ଯ୍ୟ ବାଲକୃଷ୍ଣଙ୍କ କହିବାନୁସାରେ, ଆମେ ସେପର୍ଯ୍ୟନ୍ତ ଏହି ଆପ୍‌କୁ ଲଞ୍ଚ କରିବୁ ନାହିଁ, ଯେ ପର୍ଯ୍ୟନ୍ତ ସିକ୍ୟୁରିଟି ସ୍ପେସାଲିଷ୍ଟ ଓ ହ୍ୟାକର୍ସର ଏକ ଏକ୍ସପର୍ଟ ଟିମ୍‌ ସିକ୍ୟୁରିଟି ଓ ପ୍ରାଇଭେସି ସହିତ ଜଡ଼ିତ ସମସ୍ତ ତ୍ରୁଟିକୁ ସୁଧାରି ନଦେଇଛନ୍ତି।

Posted by janatakhabar

No Comment

Leave a Comment

Your email address will not be published. Required fields are marked *