You are here
Home > Breaking News > ବସ ଚକା ତଳେ ଚାପି ହୋଇ ଜଣେ ଯାତ୍ରୀ ଗୁରୁତ୍ଵର

ବସ ଚକା ତଳେ ଚାପି ହୋଇ ଜଣେ ଯାତ୍ରୀ ଗୁରୁତ୍ଵର

ହିଞ୍ଜିଳୀକାଟୁ : ଗୁରୁବାର ଅପରାହ୍ନ ପ୍ରାୟ ୪ଘଣ୍ଟା ସମୟରେ ସ୍ଥାନୀୟ ଅସ୍ଥାୟୀ ବସଷ୍ଟାଣ୍ଡ ନିକଟରେ ଘରୋଇ ଯାତ୍ରୀବାହି ବସ ରାଧାକୃଷ୍ଣ (ନଂ-ଓଡି୦୭ଆର-୧୮୨୫) ଚକା ତଳେ ଚାପି ହୋଇ ଜୈନିକ ବ୍ୟକ୍ତି ଗୁରୁତ୍ବର ଆହତ ହୋଇଛନ୍ତି । ଆହତ ଜଣକ ଧରାକୋଟ ଗ୍ରାମ କାଳୀ ମନ୍ଦିର ସାହିର ସନ୍ତୋଷ ଗୌଡ (୫୦) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଞ୍ଜିଳୀକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତ୍ବର ଥିବା ଯୋଗୁଁ ଅଧିକ ଚିକିତ୍ସା ସକାଶେ ହିଞ୍ଜିଳୀକାଟୁ ସ୍ଵୟଂଚାଳିତ ବିଞ୍ଜାନ ମହାବିଦ୍ୟାଳୟକୁ ଆସିଥିଲେ । କାର୍ଯ୍ୟସାରି ଗ୍ରାମକୁ ଯିବା ନିମନ୍ତେ ସ୍ଥାନୀୟ ଅସ୍ଥାୟୀ ବସଷ୍ଟାଣ୍ଡ ଠାରେ ବ୍ରହ୍ମପୁର ଠାରେ ସୋରଡା ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ ରାଧାକୃଷ୍ଣରେ ଚଢୁଥିବା ସମୟରେ ବସଟି ଛାଡିଦେବା ଯୋଗୁଁ ସନ୍ତୋଷ ତଳକୁ ଖସିପଡି ବସର ଆଗ ଚକା ତଳେ ପଡିଯାଇଥିଲେ । ସନ୍ତୋଷଙ୍କ ଗୋଡରେ ଚକାମାଡି ଯିବା ଯୋଗୁଁ ଗୁରୁତ୍ବର ଆହତ ହୋଇଥିଲେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ତଦନ୍ତ ଚଳାଇଛି ।

ସେୟାର କରନ୍ତୁ:-

Leave a Reply

Top