You are here
Home > Breaking News > ବିଶ୍ୱର ଶ୍ରେଷ୍ଠ ୧୦୦ ଧନୀ ଖେଳାଳିଙ୍କ ତାଲିକାରେ କୋହଲି

ବିଶ୍ୱର ଶ୍ରେଷ୍ଠ ୧୦୦ ଧନୀ ଖେଳାଳିଙ୍କ ତାଲିକାରେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ବିଶ୍ୱର ସର୍ବାଧିକ ରୋଜଗାର କରୁଥିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇ ପାରିଛନ୍ତି। ଫୋର୍ବସ ଦ୍ୱାରା ପ୍ରସ୍ତୁତ ଏହି ତାଲିକାରେ ଆମେରିକାର ଚମ୍ପିଅନ ବକ୍ସର ଫ୍ଲାୟଡ ମେଭେଦର ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ଏହି ତାଲିକାରେ ଭାରତରୁ କେବଳ କୋହଲିଙ୍କ ନାମ ରହିଛି। କୋହଲି ୨କୋଟି ୪୦ ଲକ୍ଷ ଡଲାର ରୋଜଗାର କରିବା ସହିତ ୮୩ତମ ସ୍ଥାନ ପାଇଛନ୍ତି। ବିଶ୍ୱରେ ଅଧିକ ରୋଜଗାର କରୁଥିବା ଖେଳାଳିଙ୍କ ୧୦୦ ଧନୀ ତାଲିକାରେ କୌଣସି ମହିଳା ନାହାନ୍ତି।

କ୍ରିକେଟର ହିରୋ କୋହଲି ଭାରତରେ କେବଳ ବଡ଼ ନାମ ନୁହେଁ, ବରଂ ସେ ହେଉଛନ୍ତି ଲୋକପ୍ରିୟ ଖେଳାଳି। ଟୁଇଟରରେ ତାଙ୍କୁ ଅଢ଼େଇ କୋଟି ଫଲୋ କରନ୍ତି। ମେଭେଦର ଏହି ତାଲିକାର ଶୀର୍ଷରେ ଅଛନ୍ତି। ଗତ ବର୍ଷ ତାଙ୍କର ରୋଜଗାର ୨୫ କୋଟି ୫୦ ଲକ୍ଷ ଡଲାର ଥିଲା।

ସେୟାର କରନ୍ତୁ:-

Leave a Reply

Top