You are here
Home > Breaking News > ଭାରତୀୟ ଦଳରେ ସାମିଲ ହେବାକୁ ହେଲେ ଦେବାକୁ ପଡିବ ଅଗ୍ନୀ ପରୀକ୍ଷା

ଭାରତୀୟ ଦଳରେ ସାମିଲ ହେବାକୁ ହେଲେ ଦେବାକୁ ପଡିବ ଅଗ୍ନୀ ପରୀକ୍ଷା

ନୂଆଦିଲ୍ଲୀ : ଆଫଗାନିସ୍ତାନ ବିପକ୍ଷ ଏକ ମାତ୍ର ଟେଷ୍ଟ ମ୍ୟାଚ୍ ଓ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିବା ଖେଳାଳିଙ୍କକୁ ଅଗ୍ନୀ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିବ। ଏକ ରିପୋର୍ଟ ମୁତାବକ ଭାରତୀୟ ଦଳର ଖେଳାଳିଙ୍କ ୟୋ ୟୋ ଟେଷ୍ଟ କରାଯିବ ଏବଂ ଏଥିରେ ଯିଏ ଉତ୍ତୀର୍ଣ୍ଣ ହେବ ତାଙ୍କୁ ରାଷ୍ଟ୍ରୀୟ ଦଳରେ ସ୍ଥାନ ମିଳିବ। ରିପୋର୍ଟ ମୁତାବକ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ପାଇଁ ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ୟୋ ୟୋ ଟେଷ୍ଟ ଶନିବାର ଓ ରବିବାର ହେବ। ଏହି ପରି ଆୟରଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ସିରିଜରେ ସ୍ଥାନ ପାଇବାକୁଥିବା ଖେଳାଳିଙ୍କ ଟେଷ୍ଟ ଜୁନ ୧୫ରେ ହେବ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ଖେଳାଳି ୟୋ ୟୋ ଟେଷ୍ଟରେ ବିଫଳ ହେବେ ତାଙ୍କୁ ଦଳରୁ ବାଦ୍ ଦିଆଯିବ। ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତୀୟ ଦଳର ପ୍ରତିନିଧିତ୍ଵ କରିବା ପାଇଁ ହେଲେ ଖେଳାଳିଙ୍କୁ ୟୋ ୟୋ ଟେଷ୍ଟ ପାସ କରିବା ଜରୁରୀ ଅଟେ। ଗତ ବର୍ଷ ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତରେ ଏହି ନିୟମକୁ ବାଧ୍ୟତାମୂଳକ କରାଯାଇଥିଲା। ଏହି ସିରିଜରେ ମୁଖ୍ୟ କୋଚ୍ ରୂପେ ରବି ଶାସ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଥିଲେ। ସେହି ସମୟରେ ଯୁବରାଜ ସିଂହ ଓ ସୁରେଶ ରୈନା ଏହି ଟେଷ୍ଟରେ ଉତ୍ତୀର୍ଣ୍ଣ ହେବାରେ ବିଫଳ ହୋଇଥିଲେ। ଏହି କାରଣରୁ ଉଭୟ ଖେଳାଳି ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରିନଥିଲେ । ଯେଉଁ ଖେଳାଳିଙ୍କୁ ଦଳରେ ନିଜର ସ୍ଥାନ ସୁରକ୍ଷିତ କରିବାର ଅଛି ସେମାନଙ୍କୁ ୟୋ ୟୋ ଟେଷ୍ଟରେ ୧୬.୧ ନମ୍ବର ରଖିବାକୁ ପଡ଼ିବ। ଏହା ସମସ୍ତ ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ ଅଟେ। ଯିଏ ଏଥିରେ ଉତ୍ତୀର୍ଣ୍ଣ ହେବେ ନାହିଁ ତାଙ୍କୁ ଦଳରୁ ବାହାର କରାଯିବ।

ସେୟାର କରନ୍ତୁ:-

Leave a Reply

Top